ସୁନା ଓ ହୀରାରେ ନିର୍ମିତ ଏହି ବ୍ରାଇଡାଲ କଲେକ୍ସନ ଚୋକର୍ ନେକ୍ଲେସଠାରୁ ଆରମ୍ଭ କରି ଚୁଡ଼ି, ମାଙ୍ଗ୍ଟିକା, ରିଙ୍ଗ୍, ମାଥାପଟ୍ଟି, ୱେଷ୍ଟ ବେଲ୍ଟ, ଲମ୍ବା ନେକ୍ଲେସ୍ ଓ ଆର୍ମ ବ୍ୟାଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଅଳଙ୍କାରରେ ପାରମ୍ପରିକ କାରିଗରୀକୁ ପ୍ରତିଫଳିତ କରୁଛି
ମୁମ୍ବାଇ, ୬ ଜୁନ୍ ୨୦୨୪: ଭାରତର ଅନ୍ୟତମ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବଧୂମାନଙ୍କ ପାଇଁ ଏହାର ନୂତନ କଲେକ୍ସନ ସ୍ୱତନ୍ତ୍ର ବିବାହମ୍ କଲେକ୍ସନର ଉନ୍ମୋଚନ କରାଯାଇଛି । ଏହି କଲେକ୍ସନରେ ଅଳଙ୍କାରର ସୂକ୍ଷ୍ମ ପିସ୍ଗୁଡିକ ସାମିଲ ରହିଛି ଯାହା ଦେଶର ଭିନ୍ନ ଭିନ୍ନ ଅଂଶରୁ ବ୍ରାଇଡାଲ ଲୁକ୍ ବା ବିବାହ ସୌନ୍ଦର୍ଯ୍ୟର ପ୍ରତିନିଧିତ୍ୱ କରୁଛି । ସୁନା ଓ ହୀରାରେ ନିର୍ମିତ ଏହି କଲେକ୍ସନ ବିଶାଳ ଭାରତୀୟ ବିବାହର ଚମତ୍କାର ଉତ୍ସାହକୁ ଧାରଣ କରିଛି । ଏଥିରେ ୧୪ଟି ଭିନ୍ନ ଭିନ୍ନ ଲୁକ୍ ରହିଛି ଯାହା ଦିଲ୍ଲୀ, ୟୁପି, ବିହାର, ଓଡିଶା, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ୯ଟି ଅଂଚଳର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି ।
ଏହି ଉନ୍ମୋଚନ ସହିତ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ “ଦ କ୍ୱିନ୍ ଇନ୍ ୟୁ” କ୍ୟାମ୍ପେନ୍ ଶୁଭାରମ୍ଭ କରାଯାଇଛି ଯାହା ଭାରତୀବ୍ୟାପୀ ବଧୂମାନଙ୍କୁ ସେମାନଙ୍କର ସ୍ୱତନ୍ତ୍ର ଦିନରେ କାଳଜୟୀ ସୌନ୍ଦର୍ଯ୍ୟତା ଓ ଅନୁଗ୍ରହକୁ ଧାରଣ କରିଥିବାର ପ୍ରଦର୍ଶିତ କରିଛି । ବିବାହମ୍ କଲେକ୍ସନରେ ପ୍ରତ୍ୟେକ ଭାରତୀୟ ବଧୂମାନଙ୍କ ବ୍ୟକ୍ତିଗତ ଷ୍ଟାଇଲ ଓ ପସନ୍ଦ ସହ ମେଳ ଖାଇବା ପାଇଁ ନିର୍ମିତ ଅଳଙ୍କାରଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ସାମିଲ ରହିଥିବା ବେଳେ ଏହା ପାରମ୍ପରିକ ବିବାହ ଉତ୍ସବଗୁଡିକର ଆଂଚଳିକ ପରମ୍ପରା ସମେତ ବିବାହ ପୂର୍ବର କାର୍ଯ୍ୟକ୍ରମ ଓ ନିର୍ବନ୍ଧ ଆଦିର ଆବଶ୍ୟକତା ପୂରଣ କରୁଛି । ଏହି କଲେକ୍ସନରେ ସୁନା ଓ ହୀରା ଅଳଙ୍କାରର ଆକର୍ଷଣୀୟ ପାରମ୍ପରିକ ପିସ୍ଗୁଡିକ ସାମିଲ ରହିଛି ଯେଉଁଥିରେ ଚୋକର ନେକ୍ଲେସ, ଲମ୍ବା ନେକ୍ଲେସ୍, ଚୁଡ଼ି, ମାଙ୍ଗ୍ଟିକା, ମୁଦି (ରିଙ୍ଗ୍), ମାଥା ପଟ୍ଟି, ଇୟରିଙ୍ଗ ବା କାନଫୁଲ, ଆର୍ମବ୍ୟାଣ୍ଡ ଓ ୱେଷ୍ଟ ବେଲ୍ଟ ଆଦି ଅନ୍ତର୍ଭୁକ୍ତ ରହିଛି । ସୂକ୍ଷ୍ମ ଭାବେ ନିର୍ମିତ ଏହି ପିସ୍ଗୁଡିକ ନିଶ୍ଚିତ ରୂପେ ବଧୂଙ୍କ ସ୍ୱତନ୍ତ୍ର ଦିନରେ ତାଙ୍କର ଲୁକ୍ରେ ଉତ୍କର୍ଷତାର ଏକ ସ୍ପର୍ଶ ଯୋଗ କରିବ, କାରଣ ଏହା ପ୍ରାଚୀନ ପରମ୍ପରାର ମହତ୍ୱକୁ କ୍ୟାପ୍ଚର କରିବା ସହ ନୂତନ ଯୁଗର ବଧୂମାନଙ୍କ ବିକଶିତ ସ୍ୱାଦକୁ ଧାରଣ କରିଛି ।
ଏହି କଲେକ୍ସନ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସ ସିଇଓ ସୁନୀଲ ନାୟକ କହିଛନ୍ତି, “ଏହାର ବିବଧି ରେଞ୍ଜ ସହିତ ବିବାହମ୍ କଲେକ୍ସନକୁ ଭାରତର ଭିନ୍ନ ଭିନ୍ନ ଅଂଚଳରେ ଆଧୁନିକ ବଧୂମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି କଲେକ୍ସନ ଅଭିନବ ଅଳଙ୍କାର ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି ଯାହା ସମସାମୟିକ ସୌନ୍ଦର୍ଯ୍ୟତା ସହିତ ପରମ୍ପରାକୁ ଉପଯୁକ୍ତ ଭାବେ ମିଶ୍ରଣ କରିଛି । ଏହି କଲେକ୍ସନ ସହିତ ରିଲାଏନ୍ସ ଜୁଏଲ୍ସ ବଧୂ ହେବାକୁ ଯାଇଥିବା ଝିଅମାନଙ୍କୁ ନିଜ ଭିତରର ରାଣୀକୁ ଗ୍ରହଣ କରିବା ଏବଂ ନିଜକୁ ଏହି ଅଳଙ୍କାର ସହିତ ସୁସଜ୍ଜିତ କରିବା ପାଇଁ ଆମନ୍ତ୍ରିତ କରୁଛି ଯାହା ଅନୁଗ୍ରହ, ଉତ୍କର୍ଷତା ଓ କାଳଜୟୀ ସୌନ୍ଦର୍ଯ୍ୟତାକୁ ନିସୃତ କରୁଛି ।”
ଦେଶରେ ବିବାହ ଋତୁ ଆରମ୍ଭ ହୋଇଥିବାରୁ, ଗ୍ରାହକମାନେ ଦେଶବ୍ୟାପୀ ରିଲାଏନ୍ସ ଜୁଏଲ୍ସରେ ବିବାହମ୍ କଲେକ୍ସନର ଜୀବନ୍ତ ଶୃଙ୍ଖଳାରେ ନିଜକୁ ନିମଜ୍ଜିତ କରିପାରିବେ । ୨୦୦ରୁ ଅଧିକ ସହରରେ ୪୦୦ରୁ ଅଧିକ ଷ୍ଟୋର୍ ସହିତ ଏହି ବ୍ରାଣ୍ଡ ଏହାର ସ୍ୱତନ୍ତ୍ର ଶୃଙ୍ଖଳାର ଅଳଙ୍କାର ପାଇଁ ସୁବିଧାଜନକ ଉପଲବ୍ଧତା ପ୍ରଦାନ କରୁଛି । ଗ୍ରାହକମାନେ ସୁନା ଅଳଙ୍କାରର ମେକିଂ ଚାର୍ଜ ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହାବ୍ୟତୀତ ସେମାନେ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ ।