Odisha news

ରାୟଗଡା ସହରକୁ କରୋନା ମୁକ୍ତ ପାଇଁ ବିଶୋଧନ କରାଗଲା

0

ରାୟଗଡା,୩୦ ।୩(ସକାଳ ଖବର .ବୁ୍ୟ)- କରୋନା ଭାଇରସକୁ ରୋକିବା ପାଇଁ ପ୍ରଶାସନ ଏବଂ କଂପାନୀ ତରଫରୁ ମିଳିତ ଭାବେ ରାୟଗଡା ସହରକୁ ବିଶୋଧନ କରାଯାଇଛି । ସୋଡିୟମ ହାଇପ୍ର କ୍ଲୋରାଇଡର ମିଶ୍ରଣକୁ ରାୟଗଡା ସହରର ସାଇ ଇଂଟର ନ୍ୟାସନାଲ ଛକ ଠାରୁ ମା ମଝି ଘରିଆଣୀ ମନ୍ଦିର ପର୍ଯ୍ୟନ୍ତ ଛିଚଂନ କରାଯାଇଥିଲା ।

ଥେରୁବାଲି ସ୍ଥିତ ଇମ୍ପା କାରଖାନା ଏବଂ ଦୋରାଗୁଡା ସ୍ଥିତ ଉକ୍ରଳ ଆଲୁମିନା କଂପାନୀ କର୍ମଚାରୀ ମାନେ ଏହି ବିଶୋଧନ କାମରେ ନିୟୋଜିତ ହୋଇଥିଲେ । ରାୟଗଡା ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ତତ୍ୱାବଧାନରେ ଏହି ଛିଚଂନ କାର୍ଯ୍ୟକ୍ରମ ହୋଇଥିଲା । ଆଗାମୀ ଦିନରେ ସହରର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଏହି ବିଶୋଧନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଜଣାପଡିଛି ।

Leave A Reply