Odisha news

ରାୟଗଡ଼ା ଜିଲ୍ଲାର ତିନୋଟି ଜେଲରୁ ୩୦ କଏଦୀ ଜାମିନରେ ଯିବେ

0

ରାୟଗଡା,୩୦ ।୩ସକାଳ ଖବର :- କରୋନା ଯୋଗୁଁ ସାରା ଭାରତରେ ଲକଡାଉନ ଘୋଷଣା ପରେ ବହୁ ମାମଲାର ବିଚାର ହୋଇପାରୁନଥିବାରୁ କାରାଗାରର କଏଦୀଙ୍କୁ ଜେଲରୁ ଖାଲି କରିବାକୁ ରାୟଗଡା କୋର୍ଟ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ୩୦ ଜଣ କଏଦୀଙ୍କୁ ଛାଡିବାକୁ ନିଦେ୍ର୍ଧଶ ହୋଇଛି । ଲକଡାଉନ୍ ପ୍ରତ୍ୟାହାର ପରେ କଏଦୀମାନଙ୍କୁ ପୁଣି ଥରେ ଜେଲ ଫେରି ଆସିବା ପାଇଁ ନିଦେ୍ର୍ଧଶ ହୋଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜ୍ଞାନେନ୍ଦ୍ର ବାରିକ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମଙ୍କ ଉପସ୍ଥିତିରେ ମଧବର୍ତକାଳନୀ ଜାମିନରେ ମୁକୁଳିବାକୁ ଥିବା କଏଦୀ ମାନଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ୭ ବର୍ଷ କିମ୍ବା ୭ ବର୍ଷରୁ କମ ଦଣ୍ଡିତ ହୋଇଥିବା କଏଦୀଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ରାୟଗଡା ଜେଲର ୧୯, ବିଷମକଟକ ଜେଲର ୩, ଗୁଣପୁର ଜେଲର ୮ ଜଣଙ୍କୁ ଛାଡିବା ପାଇଁ ନିଷ୍ପତି ହୋଇଥିଲା । ଓକିଲ ସୀତାରମ ପଣ୍ଡା ଏହି ସମସ୍ତ କଏଦୀଙ୍କ ପାଇଁ ଜାମିନ୍ ଆବେଦନ କରିଥିଲେ । ତେବେ ଜାମିନ୍ ପାଇଥିବା କିଛି କଏଦୀଙ୍କ ଘର ବାହାର ଜିଲ୍ଲାର ହୋଇଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନ ସେମାନଙ୍କୁ ଘରେ ପହଂଚାଇବ ବୋଲି ଜଣା ପଡିଛି ।

Leave A Reply