Odisha news

ରାୟଗଡା : ଲକଡାଉନର ଫାଇଦା ଉଠାଉଛି ଆମ୍ବୁଲାନ୍ସ

0
ରାୟଗଡା-୩୦/୩ ସାଜିଛି ଆମ୍ବୁଲାନ୍ସ। କରୋନା ଲକଡାଉନ ନିୟମକୁ ଉଲଙ୍ଘନ କରୁଛନ୍ତି ଆମ୍ବୁଲାନ୍ସ ମାଲିକ। ଯାତ୍ରୀଙ୍କ ସମସ୍ୟାର ଫାଇଦା ଉଠାଇବା ସହ ଟଙ୍କା ଉପାର୍ଜନ ପାଇଁ ଲୋକଙ୍କ ଜୀବନ ସହ ଖେଳିଚାଲିଛନ୍ତି। ଆଜି ସକାଳୁ ଓଡଗାଁରୁ ୬୦୦୦ଟଙ୍କା ବିନିମୟରେ ଯାତ୍ରୀ ନେଇ ଯାଉଥିବା ବେଳେ ରାୟଗଡା ପୁଲିସ ହାତରେ ଧରାପଡିଛି ଆମ୍ବୁଲାନ୍ସ।  ଘଟଣାରୁ ଜଣାଯାଇଛି ଯେ, ନୟାଗଡ଼ ଜିଲ୍ଲା ଓଡଗାଁରୁ ୭ ଜଣ ଯାତ୍ରୀ ଏକ ଗାଡିରେ କୋରାପୁଟ ଜିଲ୍ଲା ଦାମନଯୋଡିକୁ ଯାଉଥିଲେ। ରାସ୍ତାରେ ଗାଡି ଖରାପ ହୋଇଥିଲା। ସେମାନେ ଅଟକି ରହିଥିବା ସମୟରେ ଆମ୍ବୁଲାନ୍ସ ଭେଟିଥିଲେ। ସେଠାରୁ ଆମ୍ବୁଲାନ୍ସ ଭଡା କରି ଦାମନଯୋଡିକୁ ଯାଉଥିଲେ। ତେବେ କରୋନା କଟକଣା ପାଇଁ ରାୟଗଡା ସହରରେ ପୁଲିସ ଚେକିଂ କରୁଥିବା ସମୟରେ ଆମ୍ବୁଲାନ୍ସକୁ ଧରିଥିଲେ। ଏହାପରେ ଆମ୍ବୁଲାନ୍ସ ଜବତ କରି ଡ୍ରାଇଭର ଲକ୍ଷ୍ମୀ ନାରାୟଣ ସେନାପତିଙ୍କୁ ଅଟକ ରଖାଯାଇଛି।
Leave A Reply