Odisha news

ଗୁରୁ ଦିବସରେ ଗୁରୁଙ୍କ ଅନ୍ତିମ ଯାତ୍ରା

0

ରାୟଗଡା,୫ ।୯(rabindra patkhandal)- ରାୟଗଡା ଜିଲ୍ଲା ଗୁଣୁପୁର ସହରର ନେତାଜୀ ନଗରଠାରେ ନିଜ ବାସଭବନରେ ଗୁରୁ ଏମ୍ ସତ୍ୟନାରାୟଣ ସେପ୍ଟେମ୍ବର ୪ ତାରିଖ ସନ୍ଧ୍ୟା ୭.୩୦ ମିନିଟରେ ୮୩ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ହଟାତ ଅସୁସ୍ଥ ଅନୁଭବ କରିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗୁରୁ ସତ୍ୟନାରାୟଣ ଜଣେ ଶ୍ରେଷ୍ଠ ଓ ପ୍ରସିଦ୍ଧ ଜ୍ୟୋତିର୍ବିଦ ଭାବେ ସୁପରିଚିତ । ସେ ୧୯୯୯ ମସିହାରେ ଗୁଣୁପୁର ଉଠାଜଳସେଚନ ବିଭାଗରୁ ଅବସର ଗ୍ରହଣ କରିଥିଲେ । ସେ ତାଙ୍କ କର୍ମମୟ ଜୀବନ ମଧ୍ୟରେ ପରୋପକାର ପାଇଁ ଅହରହ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ସେ ନିପୁଣ ଥିଲେ ।

ସେ ତାଙ୍କ ଜୀବନ କାଳ ମଧ୍ୟରେ ସବୁବେଳେ ଅନ୍ୟର ହିତ ଓ ଆବଶ୍ୟକ ପାଇଁ ନିଜର ପ୍ରତିଟି ମୁହୂର୍ତ୍ତକୁ ସମର୍ପିତ କରିଥିଲେ । ସେ ସମାଜ ସେବା ଓ ମାନବ ସେବା ହିଁ ନାରାୟଣ ସେବା ବୋଲି କହନ୍ତି । ଜନସାଧାରଣଙ୍କୁ ସେବା କରି ଜଣେ ଶ୍ରେଷ୍ଠ ସମାଜସେବୀ ଭାବେ ସୁପରିଚିତ ଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ଦୁଇଟି ମନ୍ଦିରର ପ୍ରତିଷ୍ଠାତା ହୋଇପାରିଛନ୍ତି । ପ୍ରଥମତଃ ଗୁଣୁପୁର ସବ ଟ୍ରେଜରି ଅଫିସ ନିକଟସ୍ଥ ରାଧାକୃଷ୍ଣ ମନ୍ଦିରକୁ ସମସ୍ତଙ୍କ ସହଯୋଗ କ୍ରମେ ସମ୍ପୂର୍ଣ୍ଣ ରୂପେ ତୋଳି ପ୍ରତିଷ୍ଠା କରିଥିଲେ । ପରେ ଗୁଣୁପୁର ସହରର ଗାଦିଆଖଳା ରୋଡ଼ ସ୍ଥିତ ଶ୍ରୀ ଶିରିଡି ସାଇ ବାବାଙ୍କ ମନ୍ଦିରକୁ ଭୂମି ପୂଜନଠାରୁ ଆରମ୍ଭ କରି ଅଦ୍ୟାବିଧି ସମସ୍ତ ଦାୟିତ୍ୱ ନେଇ ମନ୍ଦିର ଟିକୁ ସୁନ୍ଦର ରୂପେ ଗଢ଼ି ଥିଲେ ଓ ପରିଚାଳନା କରୁଥିଲେ । ସେ ସମସ୍ତଙ୍କ ମଙ୍ଗଳ କାମନା ପାଈଁ ନିଜର ଆଧ୍ୟାତ୍ମିକ ଓ ଜ୍ୟୋତିଷ ଶାସ୍ତ୍ର ଆଧାରରେ ଲୋକଙ୍କୁ ସତମାର୍ଗ ପ୍ରଦର୍ଶନ କରୁଥିଲେ ।

ଜ୍ୟୋତିଷ ଶାସ୍ତ୍ର ରେ ତାଙ୍କର ପ୍ରଧାନ ଓ ଏକ ମାତ୍ର ଶିଷ୍ୟ ଥିଲେ ଡଃ ପ୍ରଦୀପ କୁମାର ଚୋଧୁରୀ । ଡ଼ଃ ଚୋଧୁରୀ ଆଜି ଗୁରୁ ଏମ ସତ୍ୟନାରାୟଣଙ୍କ ଠାରୁ ଏହି ବିଦ୍ୟା ଶିକ୍ଷା କରି ସାରା ବିଶ୍ୱରେ ଏକ ଶ୍ରେଷ୍ଠ ଜ୍ୟୋତିର୍ବିଦ ଭାବେ ନିଜକୁ ପ୍ରତିପାଦିତ କରିପାରିଥିବା କହିଥିଲେ । ଗୁରୁଙ୍କ ଶେଷ ସମୟରେ ତାଙ୍କ ସହ ତାଙ୍କ ଧର୍ମପନôୀ ଏମ ରାବନାମା, ପାଞ୍ଚଟି ଝିଅ, ଜ୍ୱାଇଁ ଓ ନାତି ନାତୁଣୀ, ଶିଷ୍ୟ ପ୍ରଦୀପ ଚୌଧୁରୀ ଓ ଅନ୍ୟାନ୍ୟ ଭକ୍ତମାନଙ୍କୁ ଦେଖିବାକୁ ମିଳିଥିଲା ।

ତାଙ୍କ ବିୟୋଗରେ ସହରର କୋଣ ଅନୁକୋଣରେ ଶୋକର ଛାୟା ଖେଳିଯାଇଛି ଏବଂ ଖବର ପାଇ ଶତାଧିକ ଭକ୍ତ, ସମାଜସେବୀ, ବିଜ୍ଞ ଓ ବୁଦ୍ଧିଜୀବୀ ତାଙ୍କ ବାସଭବନରେ ଗୁରୁଙ୍କ ଅନ୍ତିମ ଦର୍ଶନ କରିଥିଲେ । ଶନିବାର ସକାଳୁ ଗୁରୁ ଦିବସରେ ଗୁରୁଙ୍କ ଅନ୍ତିମ ଶୋଭାଯାତ୍ରା ସାମାଜିକ ଦୂରତ୍ୱ ଓ ମାସ୍କ ସହ ବଂଶଧାରା ନଦୀ କୂଳରେ ଅନ୍ତେଷ୍ଟି କ୍ରିୟା ଅନୁଷ୍ଠିତ ହୋଇଥିଲା । ତାଙ୍କ ବିୟୋଗରେ ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ଡଃ ପ୍ରଦୀପ କୁମାର ଚୌଧୁରୀ, ଏନଭିଜେ ରାଓ, ଲାଡି ଶ୍ରୀରାମ ମୂର୍ତ୍ତି, ଲାଡି ଈଶ୍ୱର ରାଓ, ଶିବ ପ୍ରସାଦ ଗୌଡ଼ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଥିଲେ ।

Leave A Reply