କେନ୍ଦ୍ରାପଡା ୫/୯v – ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଜିଲ୍ଲା ଆଶ୍ରମ ଗୃହ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜୁଇଦାସପୁର(କଂଟାପଦା)ଠାରେ ଅନୁଷ୍ଠିତ ଜିଲ୍ଲା ଆଶ୍ରମ ଗୃହ ପ୍ରତିଷ୍ଠା ଉସôବରେ ମୁଖ୍ୟଧାମ କରମଳାର ନାମାଚାର୍ଯ୍ୟ ସନ୍ୟାସୀ ବାବାଜୀ ନୀଳମଣି ଦାସ, ବାବାଜି ସୁଧାନନ୍ଦ ଦାସ,ବାବାଜି ଶ୍ରୀନିବାସ ଦାସ ଓ ବାବାଜି ଦୟାନିଧି ଦାସ ଯୋଗଦେଇ ହୋମଯଜ୍ଞ, ପୂଜାର୍ଚ୍ଚନା ଓ ଷୋଡଶ ଉପଚାର ପୂଜା ସହିତ ଆଶ୍ରମ ପ୍ରତିଷ୍ଠା କରିଥିଲେ । ସାମାଜିକ ଦ୍ୱରତା ରକ୍ଷାକରି ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ସିଂହାସନରେ ଶ୍ରୀ ଶ୍ରୀ ଠାକୁରଙ୍କୁ ନାମାଚାର୍ଯ୍ୟ ସନ୍ଥ ବାବାଜୀ ଭୀମସେନ ଦାସ ବିଜେ କରାଇଥିଲେ । ସେବକ ଅଭୟ ଦାସଙ୍କ ତତ୍ୱାବଧାନରେ ସଭାପତି କ୍ଷୀରୋଦ କୁମାର ନାଥ, ସମ୍ପାଦକ ରବୀନ୍ଦ୍ର ନାଥ ଦାସ, କୃଷ୍ଣଚନ୍ଦ୍ର ନାଥ, ସାରଦା ପ୍ରସନ୍ନ ନାଥ, ସରୋଜକାନ୍ତ ଜେନା, ସନାତନ ପ୍ରଧାନ, ମୋହନ ଓଝା, ସନାତନ ବେହେରା, ମଧୁସୁଦନ ମୁଦୁଲି, ଜ୍ୟୋର୍ତିମୟୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୃହ ପ୍ରତିଷ୍ଠାରେ କର୍ତ୍ତାଭାବେ ଶ୍ରୀରାମ ଚନ୍ଦ୍ର ରାଉତ ଓ ଅନ୍ନପୂର୍ଣ୍ଣା ରାଉତ ଯୋଗଦେଇ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଥିଲେ । ଜିଲ୍ଲା ଆଶ୍ରମ ସେବା ଦାୟୀତ୍ୱରେ ସୁରେନ୍ଦ୍ର ନାଥ(ବାବା)ଙ୍କୁ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here