Odisha news

ଜେଇ ମେନ୍ ପରୀକ୍ଷା ନିମନ୍ତେ ୩ଟି ଗାଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

0

ରାୟଗଡା,୩ ।୯(ରବୀନ୍ଦ୍ର ପାଟଖଣ୍ଡଳ ) : ଶୁକ୍ରବାର ୪ ତାରିଖ ଦିନ ହେବାକୁ ଥିବା ସର୍ବ ଭାରତୀୟ ଜେଇ ମୁଖ୍ୟ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପରୀକ୍ଷାର୍ଥି ମାନଙ୍କ ନିମନ୍ତେ ୩ଟି ଗାଡିର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୩ଟି ଗାଡିରେ ୪୮ ଜଣ ପରୀକ୍ଷାର୍ଥିଙ୍କୁ ଗଂଜାମ ଏବଂ ଭୂବନେଶ୍ୱରକୁ ପଠାଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ୩ଟି ସ୍ୱତନ୍ତ୍ର ବସ ଯୋଗେ ଜିଲ୍ଲା ଶିଳ୍ପ ପ୍ରଶିକ୍ଷଣ ସଂସ୍ଥା ଆନୁକୁଲ୍ୟରେ ୪୮ ଜଣ ପରୀକ୍ଷାର୍ଥିଙ୍କ ସହ ୧୦ ଜଣ ଅଭିଭାବକଙ୍କୁ ପଠାଯାଇଛି ।

ଏହି ୪୮ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୧୬ ଜଣ ବ୍ରହ୍ମପୁର ଠାରେ ପରୀକ୍ଷା ଦେବେ ଏବଂ ୩୨ ଜଣ ଭୂବନେଶ୍ୱରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରରେ ସୁରୁଖୁରରେ ପହଂଚି ଭଲ ଭାବରେ ପରୀକ୍ଷା ଦେଇ ଦେଇ ଆସିବାକୁ ଜିଲ୍ଲାପାଳ ଶ୍ରୀବେହେରା ପରୀକ୍ଷାର୍ଥି ମାନଙ୍କୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦୋଳେଇ, ଆଇଟିଆଇ ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡା ଏବଂ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply