Odisha news

ଆଜି ପୁଣି ରାୟଗଡ଼ା ଜିଲ୍ଲାରେ ୧୪୭ କରୋନା ପଜିଟିଭ ଚିହ୍ନଟ , ପଜିଟିଭ ଚିହ୍ନଟ ସଂଖ୍ୟା୨୯୬୩କୁ ଛୁଇଁଲା : ରାୟଗଡ଼ା ଜିଲ୍ଲାରେ କରୋନା ସାଂଘାତିକ ସ୍ଥିତି ନେଉଛି

0

ରାୟଗଡା,୨୨ ।୮(Rabindra Patkhandal) : ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ କିନ୍ତୁ ଆଜିର ୧୪୭ ଜଣଙ୍କ ପଜିଟିଭ ଚିହ୍ନଟ ମିସାଇ ସଂଖ୍ୟା ୨୯୬୩କୁ ଛୁଇଁଛି । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୫୩ ଦିନରେ ତିନି ହଜାର ଟୋପିବାକୁ ଅଳ୍ପ ସଂଖ୍ୟା ରହିଥିବା ବେଳେ ଏହା ଦିନକୁ ଦିନ ସଙ୍ଗାତିକ ରୁପ ନେଉଛି । କାରଣ କଣ୍ଟେନମେଣ୍ଟ ପରିଚାଳନା, ସଙ୍ଗରୋଧଗୃହ ପରିଚାଳନା ଆଦି ମାସ୍କ ପିନ୍ଧିବା ଭୋଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ପ୍ରଶାସନ ଓ ସାଧାରଣ ଜନତା ବହୁତ ଦୂରରେ ଥିବାରୁ ଏହି ସଂଖ୍ୟା ଆଗାମୀ ଦିନରେ ବିପଦ ଆଣିଦେବ ବୋଲି ସାଧାରଣରେ ଅଭିଯୋଗ ହେଉଛି ।

ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ ପୁରୁଷ ଥିବା ବେଳେ ୫୧ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୮୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧୫ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୩୯୯ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୯ ଜଣ ଚିକିତ୍ସିତ ଅଛନ୍ତି ।

ଆଜିର ଚିହ୍ନଟ ହୋଇଥିବା ୧୫୪ ଜଣଙ୍କ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୨୮, ରାୟଗଡ଼ା ଗ୍ରାମାଞ୍ଚଳରୁ ୧୨, ଗୁଣପୁର ପୌରାଞ୍ଚଳରୁ ୯, ମୁନିଗୁଡାରୁ ୪୩, ରାମନାଗୁଡା ୧୨, କୋଲନରା ୧୧, କାଶିପୁର ୧୦, ପଦ୍ମପୁର ୧୦, କଲ୍ୟାଣସିଂହପୁର ୯ ଏବଂ ଚନ୍ଦ୍ରପୁରରୁ ୩ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୧୬୩୫ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିଛି ।

୧୩୧୦ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଙ୍ଗ ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

 

Leave A Reply