ରାୟଗଡା,୨୦ ।୮(Rabindra Patkhandal) : ରାୟଗଡା ଠାରୁ କୋରାପୁଟକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ।
ସୂଚନା ମୁତାବକୁ ମାଲକାନଗିରରୁ ଭୂବନେଶ୍ୱର ଅଭିମୁଖେ ଯାଉଥିବା ବୋଲରେ ଓଡି୩୦ ୩୩୩୩ ନମ୍ବର ସହ ରାୟଗଡା ଠାରୁ ଟିକିରି ଯାଉଥିବା ଓଡି୧୮ଏ ୫୬୫୫ ବାଇକର ମୁହାଁ ମୁହିଁ ଧକ୍କା ଜପାଖାଲ ଗ୍ରାମ ନିକଟରେ ହୋଇଥିଲା ।
ଘଟଣା ସ୍ଥଳରେ ହିଁ ବାଇକ ଚାଳକ ନବୀନ ବର୍ମା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବୋଲେରଟି ଭୂବନେଶ୍ୱରକୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଧିକ ଚିକିତ୍ସା ପାଇଁ ନେଉଥିବା ସୂଚନା ରହିଛି । ପରେ ଏକ ଆମ୍ବୁଲାନ୍ସ ଯୋଗେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୂବନେଶ୍ୱର ପଠାଯାଇଥିଲା । ରାୟଗଡା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରାଯିବ ବୋଲି ସହର ଥାନା ଅଧିକାରୀ କହିଛନ୍ତି ।