ରାୟଗଡା,୨୦ ।୮(Rabindra Patkhandal) : ରାୟଗଡା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ତଥା ଗୁଡାରୀ ବ୍ଲକ ପ୍ରତିିନିଧି ତ୍ରିଲୋଚନା ମିଶ୍ରଙ୍କ ଦେହାନ୍ତ ହୋଇଥିଲା । ସ୍ୱର୍ଗତ ମିଶ୍ର ଜଣେ ସଚ୍ଚୋଟ, ମେଳାପୀ, କର୍ତ୍ତବ୍ୟପରାୟଣ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣି ଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିଲା ।
ସେ କିଛି ଦିନ ଧରି ଶ୍ୱାସଜନିତ ସମସ୍ୟାରେ ପୀଡିତ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଉଦ୍ୟେଶରେ ଆଜି ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ରାୟଗଡା ଜିଲ୍ଲାର କର୍ତବ୍ୟ ପରାୟଣ ସାମ୍ବାଦିକ ମାନେ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ସହ ଧୂପ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ବରିଷ୍ଠ ସାମ୍ବାଦିକ ବାସୁଦେବ ପାତ୍ର ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିବା ସହ ଗୀତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବିଭାଗର କର୍ମଚାରୀ ଡମ୍ବରୁ ପଣ୍ଡା ସାମ୍ବାଦିକ ସୁରେଶ ମିଶ୍ର, ଗୋପରଂଜନ ବକ୍ସିପାତ୍ର, ରଶ୍ମିରଂଜନ ଦୋରା, ସଂଗ୍ରାମ ପଟ୍ଟନାୟକ, ଅଜୟ ରଥ, ମନୋଜ ପାତ୍ର, ବିଜୟ ମିଶ୍ର, ରାଜେନ୍ଦ୍ର ପ୍ରସାଦ ମିଶ୍ର, ରାଜେଶ ମହାନ୍ତି, ମନୋଜ ସାହୁ, ଶିବ ନାରାୟଣ ଗୌଡ, ସନ୍ତୋଷ ଦଳେଇ, ସୁଶାନ୍ତ ପ୍ରଧାନ, ନିତିନ ଚୌଧୁରୀ ଏବଂ ରବିନ୍ଦ୍ର ପାଟଖଣ୍ଡାଳ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କୁ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ ।