Odisha news

ଆଜି ପୁଣି ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ : କରୋନା ସଂଖ୍ୟା ୨୬୬୨ ଛୁଇଁଲା

0

ରାୟଗଡା,୨୦ ।୮(Rabindra Patkhandal) : ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ପୁରୁଷ ଥିବା ବେଳେ ୪୨ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଡୋଶୀ ଆନ୍ଧ୍ରପ୍ରଦେଶ ଏବଂ ଆହ୍ଲାବାଦରୁ ଆସିଥିବା ସୂଚନା ରହିଛି । ଏଥି ସହ ୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

ରାୟଗଡା ପୌରାଚଂଳରୁ ୧୧, ରାୟଗଡ଼ା ଗ୍ରାମାଚଂଳରୁ ୨୯, ଗୁଣପୁର ପୌରାଚଂଳରୁ ୨, ଗୁଣପୁର ଗ୍ରାମାଚଂଳରୁ ୨, କଲୋନରାରୁ ୩, ବିଷମକଟକରୁ ଜଣେ, ମୁନିଗୁଡାରୁ ୧୪, କଲ୍ୟାଣସିଂହପୁରରୁ ୧୯, ଚନ୍ଦ୍ରପୁରରୁ ୧୦, ଗୁଡାରୀରୁ ୧୯, ପଦ୍ମପୁରରୁ ୧୯, ରାମନାଗୁଡାରୁ ୪ ଏବଂ କାଶିପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୨ ରେ ପହଂଚିଥିବା ବେଳେ ସୁସ୍ଥ ହୋଇ ୧୪୪୭ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ ରେ ପହଂଚିଛି । ୧୧୯୮ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି ।

Leave A Reply