Odisha news

୭ ଦିନ ପାଇଁ ରାୟଗଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ବନ୍ଦ

0

ରାୟଗଡା : ୭ ଦିନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିର୍ଦେଶ ଦେଇଛନ୍ତି ।  ଜୁଲାଇ ୨୯ ତାରିଖ ଠାରୁ ଅଗଷ୍ଟ ୪ ତାରିଖ ଯାଏଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ନିଷିଦାଚଂଳ ଘୋଷଣା କରାଯାଇଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ କର୍ମଚାରୀ  କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ବ୍ୟାଙ୍କ ୭ ଦିନ ବନ୍ଦ ରଖିବା ପାଇଁ ନିର୍ଦେଶନାମା ଜାରୀ କରିଛନ୍ତି । ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ୟାଙ୍କର ଗ୍ରାହକଙ୍କ ମଧ୍ୟରେ ଛନକା ପସିଛି ।

 

 

Leave A Reply