Odisha news

ଭାରତରେ ପହଂଚିଲା ରାଫେଲ

0

ନୂଆଦିଲ୍ଲୀ : ଦୀର୍ଘ ଦିନର ଅପେକ୍ଷା ପରେ ବୁଧବାର ଅପରାହ୍ନରେ ପାଂଚଟି ରାଫେଲ ବିମାନ ଅମ୍ବାଲା ଏୟାରବେସରେ ପହଂଚିଛି । ଏହି ଯୁଦ୍ଧ ବିମାନଗୁଡ଼ିକ ୟୁଏଇରୁ ସକାଳ ୧୧ ଟାରେ ଉଡ଼ାଣ ଆରମ୍ଭ କରିଥିଲା । ଅପରାହ୍ନ ୦୧.୨୯ ରେ ଭାରତୀୟ ବାୟୁ କ୍ଷେତ୍ରରେ ପ୍ରବେଶ କରିବା ପରେ ବାୟୁସେନାର ଦୁଇଟି ସୁଖୋଇ -୩୦ ଏମକେଆଇ ବିମାନ ରାଫେଲଗୁଡିକୁ ଏସ୍କଟ୍ କରି ଅମ୍ବାଲା ଏୟାରବେସକୁ ଆଣିଥିଲା । ଅପରାହ୍ନ ପ୍ରାୟ ୩ ଟା୯ ମିନିଟରେ ଅମ୍ବାଲା ଏୟାରବେସରେ ସୁରକ୍ଷିତ ଅବତରଣ କରିବା ପରେ ରାଫେଲ ବିମାନଗୁଡ଼ିକୁ ‘ ୱାଟର ସାଲ୍ୟୁଟ’ ପ୍ରଦାନ କରାଯାଇଥିଲା । ରାଫେଲ ଗୁଡିକ ଭାରତରେ ପହଂଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍ କରି ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି । ରାଜନାଥ ସିଂ କହିଛନ୍ତି ଯେ ଭାରତକୁ ରାଫେଲ ମିଳିବା ବାୟୁସେନା ଇତିହାସରେ ଏକ ବୈପ୍ଳବିକ ପରିବର୍ତନ ହେବ ଏବଂ ଶତ୍ରୁ ନଜର ପକାଇବା ପୂର୍ବରୁ ଅନେକ ଥର ଭାବିବେ । ତେବେ ଏହି ରାଫେଲ ବିମାନକୁ ବାୟୁସେନାରେ ଆନୁଷ୍ଠାନିକ ଭାବେ ଅନ୍ତର୍ଭୁକ୍ତ କରାଯାଇ ନାହିଁ, ଏହା ଇଣ୍ଡେକ୍ସନ୍ ପାଇଁ ଏକ ସମ୍ପୂର୍ଣ୍ଣ ସମାରୋହ ହେବ ।
ଏହି ବିମାନଟି ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ନିକଟ ଅଲ ଧାଫ୍ରା ଠାରେ ଥିବା ଫ୍ରାନ୍ସର ଏୟାରବେସରେ ସୋମବାର ରାତିରେ ଫ୍ରାନ୍ସର ବୋର୍ଡୋ ସହରରୁ ମେରିନାକ ଏୟାରବେସକୁ ଉଡ଼ିବାର ସାତ ଘଂଟା ପରେ ଅବତରଣ କରିଛି ।

Leave A Reply