Odisha news

ରାୟଗଡା ଜିଲ୍ଲାରେ ମେଟ୍ରିକ୍ ପରୀକ୍ଷା ଫଳ ୬୯.୬୦ ପ୍ରତିଶତ କାଶିପୁର ଛାତ୍ର ଟପ୍ପର

0

ରାୟଗଡା(Rabindra patkhandal) : ରାୟଗଡା ଜିଲ୍ଲାରେ ୬୯.୬୦ ପ୍ରତିଶତ ହାରରେ ୭୦୫୭ ଜଣ ମେଟ୍ରିକ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ସେଥି ମଧ୍ୟରୁ ୩୪୩୪ ଜଣ ଛାତ୍ର ଥିବା ବେଳେ ୩୬୨୩ ଜଣ ଛାତ୍ରୀ ଅଛନ୍ତି । ଏ ୧ ରେ ୫ଜଣ, ଏ ୨ ରେ ୬୫, ବି ୧ ରେ ୧୩୮, ବି ୨ ରେ ୨୫୧, ସି ୪୮୩, ଡି ୧୨୫୯, ଇ ର ୪୮୫୬ ଏବଂ ଏଫ ରେ ୩୦୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

କାଶିପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସତ୍ୟବ୍ରତ ନାୟକ  ୫୭୭ ( ୯୬.୨ ) ମାର୍କ ରଖି ଜିଲ୍ଲା ଟପ୍ପର ହୋଇଥିବା ବେଳେ ଗୁମୁଡ଼ା ଦୌପଦୀ ବିଦ୍ୟା ପୀଠର ଛାତ୍ର ପଦ୍ମଚରଣ ମିଶ୍ର ୫୬୮ ( ୯୪.୩ ) ମାର୍କ ରଖି ଦ୍ୱିତୀୟ, ୟୁଜିଏଚଏସ ଡେରିଗାଁ ଛାତ୍ର ଗୁଡଲା ସାଇଶ୍ରୀ ସୁବୁଦ୍ଧି ୫୪୭ (୯୧.୨) ମାର୍କ ରଖି ତୃତୀୟ ସ୍ଥାନ ହୋଇଥିବା ବେଳେ ଏସଏଲଏନଏମ ହାଇସ୍କୁଲର ମରାଠୀଗୁଡାର ଛାତ୍ରୀ ମୋନାଲିସା ସାହୁ ୫୪୪ (୯୦.୬ ) ଏବଂ ସୋନୁ ସେଖର ପୃଷ୍ଟି ୫୪୦ (୯୦ ) ପ୍ରତିଶତ ମାର୍କ ରଖି ଚତୁର୍ଥ ଏବଂ ପଂଚମ ସ୍ଥାନ ରଖିଛନ୍ତି ।

ଚଳିତ ବର୍ଷ ମେଟ୍ରିକ ପରୀକ୍ଷୀରେ ଜିଲ୍ଲାରୁ ୧୦ ହଜାର ୧୩୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଥିଲେ ସେଥି ମଧ୍ୟରୁ ୧୦ ହଜାର ୧୧୭ ଜଣଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ୨୨ ଜଣ କପି କରି ଧରାପଡି ଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶିତ ହୋଇନାହିଁ ।

 

Leave A Reply