Odisha news

ଅଜଣା ବ୍ୟକ୍ତିର ମୃତ ଶରୀର ଉଦ୍ଧାର

0

ରାୟଗଡା,୨୯ ।୧୨(Rabindra patkhandal)-ଅଜଣା ବ୍ୟକ୍ତିର ମୃତ ଦେବ ଉଦ୍ଧାର ହୋଇଛି । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଶବ ବ୍ୟବଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଚାନ୍ଦିଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ରାୟଗଡା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ନିକଟରେ ଏକ ଅଜଣା ଶବ ପଡିଥିବା ନେଇ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ଗ୍ରାମରେ ଅଜଣା ବ୍ୟକ୍ତିର ମୃତ ଶରୀର ପଡିଥିବା ଖବର ବିଜୁଳି ବେଗରେ ସାରା ଗ୍ରାମରେ ଖେଳି ଯାଇଥିଲା । ଚାନ୍ଦିଲି ଗ୍ରାମର ସରପଞ୍ଚ ପି.ସୁଆଇ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଚାନ୍ଦିଲି ଥାନାରେ ଲିଖିତ ଭାବରେ ଜଣାଇଥିଲେ । ଚାନ୍ଦିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚାନ୍ଦିଲି ଥାନା ଆଇ.ଆଇ.ସି ପ୍ରକାଶ କରିଛନ୍ତି । ତେବେ ମୃତ ବ୍ୟକ୍ତିଙ୍କ ନାକ ଏବ ପାଟିରୁ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply