Odisha news

ସରକାରୀ ସ୍କୁଲ ଛାତ୍ରଛାତ୍ରୀ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କୁ

0

ରାୟଗଡା,୨୯ ।୧୨(Rabindra Patkhandal)-ସରକାରଙ୍କ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନକରୁଥିବା ବିଦ୍ୟାର୍ଥି ମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ । ଡାକ୍ତର ଓ ଇଂଜିନିୟରଙ୍ଗି ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ମିଳିବ । ଆଗାମୀ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି । ଏହି ଯୋଜନା ଘୋଷଣା ହେବା ପରେ ରାୟଗଡା ଜିଲ୍ଲାର ବିଦ୍ୟାର୍ଥି ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏ ନେଇ ଜିସିଡି ହାଇସ୍କୁଲ ଠାରେ ଜିସିଡି ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜିବିଏମ ହାଇସ୍କୁଲର ବିଦ୍ୟାର୍ଥି ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କୃତଜ୍ଞତା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଡାକ୍ତର ଓ ଇଂଜିନିୟରଙ୍ଗି ପାଠ୍ୟକ୍ରମରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଦ୍ୱାରା ଆମେ ଉତ୍ସାହିତ ଅଛୁ ଏବଂ ଏହାର ସୁଯୋଗ ନିଶ୍ଚୟ ନେବୁ ବୋଲି ବିଦ୍ୟାର୍ଥି ମାନେ ପ୍ରକାଶ କରିଥିଲେ । ଅଭିଭାବକ ମାନେ ମଧ୍ୟ ସରକାରଙ୍କ ଦ୍ୱାର ଘୋଷଣା କରାଯାଇଥିବା ଏହି ଐତିହାସିକ ପଦକ୍ଷେପକୁ ସ୍ୱାଗତ କରିବା ସହ ଏହି ଯୋଜନା ଦ୍ୱାରା ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢାଇବା ପାଇଁ ଆଗଭର ହେବେ ବୋଲି ପ୍ରକାଶ କରିଥିଲେ । ଜିସିଡି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବାଳିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାକାନ୍ତ ଛତ୍ରିଆ, ଶିକ୍ଷକ ଗୌରୀ ପଣ୍ଡା, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଦ୍ୱାର ନିଆଯାଇଥିବା ଏହିଐତିହାସିକ ପଦକ୍ଷେପକୁ ଭୂୟସୀ ପ୍ରଂଶସା କରିଥିଲେ ।

Nalco
Leave A Reply