ରାୟଗଡା,୨୯ ।୧୨(Rabindra Patkhandal)-ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରେ ଆଜି ରାୟଗଡା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପାର୍ଥô ବସନ୍ତ କୁମାର ଉଲ୍ଲାକାଙ୍କ ତତ୍ୱାବଧାନରେ ରାୟଗଡା ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ରାୟଗଡା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ସାକ୍ଷାତ କରି ଶାସକ ଦଳର ୪୨୦ ରାଜନୀତି ବିଷୟରେ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଯୋଜନାକୁ ଗରୀବ ଆଦୀବାସି ଲୋକଙ୍କୁ ଭୁଆଁ ବୁଲେଇ ମିଥ୍ୟା ପ୍ରଳଭନାରେ ନିଜ ଯୋଜନା କହୁଛନ୍ତି ତଥା ବିଜୁ ପକ୍କାଘର ଯୋଜନା ନାମ ଦେଇ ଚାଲିଛନ୍ତି ରାଜ୍ୟସରକାର । ଆଗାମୀ ଦିନରେ ଏହା ଯଦି ବନ୍ଦ ନହେବ ତେବେ ଭାଜପା ତରଫରୁ ତୀବ୍ର ବିରୋଧ ହେବ ବୋଲି ବିଡିଓ ରାଜେନ୍ଦ୍ର ମାଝିଙ୍କୁ ଅବଗତ କରାଯାଇଛି । ଏହା ସହ ଭାଜପା ନେତା ଓ କର୍ମୀ ମାନେ ରାୟଗଡା ଥାନାରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଏକ ମାମଲାରୁଜ୍ଜୁ କରିଛନ୍ତି । ଏହି ସମୟରେ ଗ୍ରାମୀଣ ମଣ୍ଡଳ ସଭାପତି ତରୁଣ ଗରଡ଼ିଆ, କୁମ୍ଭିକୋଟା ମଣ୍ଡଳ ସଭାପତି ରୋଶନ ପାଣିଗ୍ରାହ. ପିପିଲିଗୁଡା ମଣ୍ଡଳ ସଭାପତି ରବି ମାଣ୍ଡାଙ୍ଗୀଙ୍କ ମମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।