ରାୟଗଡା,୨।୬ ଦେଶରେ ବିଭିନ୍ନ ରାଜ୍ୟରେ ପଙ୍ଗପାଳ ଫସଲକୁ ନଷ୍ଟ କରୁଥିବାର ଦେଖି ଆମ ଜିଲାରେ ସମ୍ବାବ୍ୟ ପ୍ରବେଶ ଓ ସେମାନଙ୍କୁ ମୁଖବିଲା କରି ଫସଲକୁ ରକ୍ଷା କରିବା ନମନ୍ତେ ଜିଲ୍ଳାପାଳ ଏକ ଜରୁରୀ ବୈଠକ ଡାକିଥିଲେ ।
ବୈଠକରେ ଜିଲ୍ଲା କୃଷି ଅଧିକାରୀ ନନ୍ଦକିଶୋର ସିଂହ, ଜିଲ୍ଲା ବନଖଣ୍ଡ ଅଧିକାରୀ ଅଶ୍ବିନୀ କୁମାର କର ,ଉପନିର୍ଦେଶ ଉଦ୍ୟାନ କୃଷି ଉପନିର୍ଦେଶକ ଜଗନ୍ନାଥ ବିନ୍ଧାଣି, ଜିଲ୍ଲା ଅଗ୍ନିଶମ ଅଧିକାରୀ, ରାୟଗଡା, ଉପନିର୍ଦେଶକ ଆତ୍ମା ସୁମନସଂହ ପଟ୍ଟନାୟକ, କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଶ୍ରୀରାମ ଟୁଡୁ, ଜିଲ୍ଲା କୃଷି ଅଧିକାରୀ ,ରାୟଗଡା ପ୍ରମୂଖ ଯୋଗଦାନ କରି ଆଜି ଦିନରେ ପଙ୍ଗପାଳ ଦଳକୁ କୀଟ ନାଶକ ଓଷଧ ମାଧ୍ୟମରେ ଦମନ କରିବା ସଂ କ୍ରାନ୍ତରେ ଆଲୋଚନା କରିଥିଲେ।
ଏଥିନିମନ୍ତେ ସମସ୍ତେ ସତର୍କ ରହି ପ୍ରସ୍ତୁତ ରହିବାକୁ ଜିଲ୍ଳାପାଳ ସମସ୍ତଙ୍କୁ କହିଥଲେ। ଜିଲ୍ଲାରେ କୀଟନାଶକ ଔଷଧ କେତେ ପରିମାଣ ମହଜୁଦ ରହିଛି ତାହାର ଆଲୋଚନାକରିବା ସହ ଯେଉଁ ସମୟରେ ପଙ୍ଗପାଳ ଜିଲ୍ଲାରେ ପ୍ରବେଶ କରିବା ମାତ୍ରେ ଔଷଧ ଛିଞ୍ଚନ କରିବା ସହ ବିଭିନ୍ନ ଯନ୍ତ୍ର ମାଧ୍ୟମରେ ଘୋରାଇବା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।