Odisha news

କରୋନା ଯୋଦ୍ଧଙ୍କୁ ମାସ୍କ ଓ ସାନିଟାଇଜ୍‍ର ବଣ୍ଟନ

0

ବାସୁଦେବପୁର, କରୋନା ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‍ ଡାଉନ୍‍ ସହିତ ଶନିବାର ଓ ରବିବାର ଦୁଇ ଦିନ ଧରି ସଡ଼ ଡାଉନ୍‍ ଘୋଷଣା କରିଛନ୍ତି । ଏହି କରୋନା ଯୋଦ୍ଧାରେ ସାରଥି ସାଜିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବାସୁଦେବପୁର ବ୍ଲକ ପରିସର ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବାସୁଦେବପୁର ବ୍ଲକର କାର୍ଯ୍ୟରତ ଏମବିକେ ଓ ସିଆରପି ମାନଙ୍କୁ ସାନିଟାଇଜ୍‍ର ଓ ଏମପି-୨୫ ମାସ୍କ ବଣ୍ଟନ କରିଛନ୍ତି ।

ବିଡିଓ ପ୍ରଣବ କୁମାର ବେହେରା,ବିଧାୟକଙ୍କ ପ୍ରତିନିଧି ଅସିତ୍‍ କୁମାର ଦାଶ,ଓଡିଶା ଜୀବିକା ମିଶନର ବିପିଏମଓ ବୀଣାପାଣି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ମହିଳାମାନେ ଗାଁ ଗାଁରେ ବୁଲି ସକରାରୀ କାର୍ଯ୍ୟ କରୁଥିବାରୁ ଏମବିକେ ଓ ସିଆରପି ମାନଙ୍କର ସୁରକ୍ଷା ମାସ୍କ ଓ ସାନିଟାଇଜ୍‍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.