ଟ୍ରେନ୍ ବିବରଣୀ:
ଟ୍ରେନ୍ ନମ୍ବର ୦୮୪୦୭ ଭୁବନେଶ୍ୱର-ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ୨୬ ଜୁନ୍ ୨୦୨୬ ରେ (ଶୁକ୍ରବାର) ରାତି ୧୧ :୦୦ ଘଣ୍ଟାରେ ଭୁବନେଶ୍ୱରରୁ ଛାଡିବ ଏବଂ ୨୮ ଜୁନ୍, ୨୦୨୬ ରେ ସକାଳ ୦୯:୦୦ ଘଣ୍ଟାରେ ଲୋକମାନ୍ୟ ତିଲକରେ ପହଞ୍ଚିବ ।
କୋଚ୍ ସଂରଚନା (Coach Composition):
ଏସି ୨-ଟାୟାର୍ (AC 2-Tier) – ୦୩ କୋଚ୍
ଏସି ୩-ଟାୟାର୍ (AC 3-Tier) – ୦୪ କୋଚ୍
ସ୍ଲିପର କ୍ଲାସ (Sleeper Class) – ୦୯ କୋଚ୍
ଲଗେଜ୍-ସହ-ଜେନେରେଟର-ସହ-ବ୍ରେକ୍ ଭ୍ୟାନ୍ (ଦିବ୍ୟାଙ୍ଗ ଅନୁକୂଳ): ୦୨ କୋଚ୍
ଯାତ୍ରୀମାନଙ୍କୁ ସମୟସୂଚୀ ପ୍ରତି ଧ୍ୟାନ ଦେବାକୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନର ସଦ୍ୟତମ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) ପରିଦର୍ଶନ କରିପାରିବେ କିମ୍ବା ଅଫିସିଆଲ୍ ରେଳବାଇ ଅନୁସନ୍ଧାନ ସେବାର ବ୍ୟବହାର କରିପାରିବେ।
