Odisha news

ରାୟଗଡ଼ା ଜିଲ୍ଲା ପରିଷଦର ୭୨ତମ ସ୍ଵତନ୍ତ୍ର ବୈଠକ : ୪୫୪ଟି ରାସ୍ତା ମରାମତି ପାଇଁ ଅନୁମୋଦନ

0
ରାୟଗଡା,୨।୬ (Rabundra patkhandal)ରାୟଗଡ଼ା ଜିଲ୍ଲା ପରିଷଦର ୭୨ତମ ସ୍ଵତନ୍ତ୍ର ବୈଠକ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୂଆଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାଶ,ଜିଲ୍ଳାପାଳ ରାୟଗଡା  ପ୍ରମୋଦ କୁମାର ବେହେରା,ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା  ଅମୃତ ରୁତୁରାଜ, ଉପଜିଲ୍ଲାପାଳ ଗୁଣପୁର ଡ଼ଃ ବି.ଏସ.ବଳିରାମ, ସାଂସଦ ପ୍ରତିନିଧି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ଗ୍ରାମ୍ଯ ନିର୍ମାଣ ବିଭାଜନ ରାୟଗଡ଼ା ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମଣ୍ଡଳ, ଗ୍ରାମ୍ଯ ନିର୍ମାଣ ବିଭାଜନ ଗୁଣପୁର ନିର୍ବାହୀ ଯନ୍ତ୍ରୀ  ସରୋଜ କୁମାର ପାଢୀ, ଜିଲ୍ଲା ପରିଷଦ ଉପଅଧକ୍ଷା ଶ୍ରୀମତି ବୀଣାପାଣି ସାହୁକାର, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ବିଭାଗୀୟ ସହକାରୀ ଓ ଉପଖଣ୍ଡ ଯନ୍ତ୍ରୀ ମାନେ ଯୋଗଦାନ କରିଥିଲେ ।
ଏହି ବୈଠକରେ ମୂଖ୍ୟତଃ ପ୍ରଧାନମନ୍ତ୍ରୀ ଗ୍ରାମୀୟ ସଡ଼କ ଯୋଜନା-୩ୟର ଅନୁମୋଦନ କରି ଗ୍ରାମରେ ଯୋଗଯୋଗ ବ୍ୟବସ୍ଥାରେ ବିକାଶ କରିବା। ଗମନାଗମନ କ୍ଷେତ୍ରରେ ବିକାଶ ହେଲେ ଲୋକମାନେ  ସ୍ଵାସ୍ଥ୍ୟ, ଶିକ୍ଷା ଅନ୍ୟାନ୍ୟ ସରକାରୀ ସୁବିଧା ସହଜରେ ପାଇ ପାରିବେ । ବୈଠକରେ ରାସ୍ତା ଘାଟ ଉନ୍ନତି କରଣ ପାଇଁ ୫ବର୍ଷିଆ ଯୋଜନାରେ ବର୍ଷକୁ ପ୍ରତି ବ୍ଳକରେ ହାରାହାରି ୩୦କିଲୋମିଟର ରାସ୍ତା ଉନ୍ନତି କରଣ କରାଯିବ।
ଜିଲ୍ଲାରେ ରାସ୍ତା ଘାଟ ଉନ୍ନତି ନିମନ୍ତେ ୪୫୦ଟି ରାସ୍ତାକୁ ବୈଠକରେ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀୟ ସଡକ ଯୋଜନାର ନିର୍ଦ୍ଦେଶ ବଳୀ ଅନୁଯାୟୀ ରାସ୍ତା ଉନ୍ନତି କରଣ ନିମନ୍ତେ କେତେକ ମାଁନଦଣ୍ଡ ଯଥା ସେହି ଅଞ୍ଚଳରେ ଜନସଂଖ୍ୟା, ବିଦ୍ୟାଳୟ, ମହାବିଦ୍ୟାଳୟକୁ ପ୍ରାଥମିକତା ଦେବା ସହ ,ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଅଙ୍ଗନ ଓ୍ବାଡି କେନ୍ଦ୍ର, ଶସ୍ଯ ମଣ୍ଡି,କପା ମଣ୍ଡି ଆଦିକୁ ଭିତକରି  ଅଗ୍ରାଧିକାର ଭିତ୍ତିରେ ସ୍ଥିର କରାଯାଇଛି।ସେହି ଅଞ୍ଚଳରେ ଗମନାଗମନ ବିକାଶ ହେଲେ ଲୋକମାଙ୍କର ସ୍ବାସ୍ଥ୍ୟ ସେବା,ଶିକ୍ଷା ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରିବ ।
ଜିଲ୍ଲାର ୧୧ଟି ବ୍ଳକରେ ଯଥା ବିଷମକଟକ ୫୪ଟି, ମୁନିଗୁଡା ୩୩ଟି, ରାୟଗଡା ୩୪ଟି, କୋଲନରା  ୩୩ଟି, କାଶୀପୁର ୪୧ଟି, କଲ୍ୟାଣସିଙ୍ଗପୁର ୪୫ଟି, ଗୁଣପୁର ୩୨ଟି, ପଦ୍ମପୁର ୪୧ଟି, ରାମନାଗୁଡା ୩୨ଟି ଗୁଡାରୀ ୫୭ଟି ଓ ଚନ୍ଦ୍ରପୁର ୫୨ଟି ରାସ୍ତା ସର୍ବମୋଟ  ଜିଲ୍ଲାରେ ୪୫୪ଟି ରାସ୍ତା ପର୍ଯ୍ୟାୟକ୍ରମେ ଉନ୍ନତି କରଣ କରାଯିବ ବୋଲି ବୈଠକରେ ଅନୁମୋଦନ କରାଗଲା।
Leave A Reply

Your email address will not be published.