Odisha news

ସଂଗ୍ରାମର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0

ବାଲିଗୁଡା,2/6 : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଡୁରିକିଆ ପଞ୍ଚାୟତର ବାଲିସୁଗା ଗ୍ରାମ ର ନରସିଂହ ମଳିକ ଙ୍କ ପୁଅ ସଂଗ୍ରାମ ମଳିକ ବୟସ 10 ବର୍ଷ l   ସେ  ଆଦିବାସୀ  ଅଟନ୍ତି l ପୁଅର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି ତାଙ୍କ ବାପା ନରସିଂହ ତାଙ୍କ ପୁଅ ର ପାଟି ରେ ବଡ ଧରଣର ଗୁଳାଟିଏ ହୋଇଛି,  ଯାହା ଦ୍ୱରା କି ଖାଇବାରେ କଷ୍ଟ ଅନୁଭବ କରୁଛି, ତାଙ୍କର ଅର୍ଥ ଅଭାବରୁ ବଡ ମେଡିକାଲ ରେ ଦେଖେଇପାରୁନାହାନ୍ତି l ସେ ଦିନ ମଜୁରୀଆ କରି ଚଳନ୍ତି l ସେଥିରେ ତାଙ୍କର ଚୁଲି ଜଳେ ଏପଟେ ପିଲା ର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି l

ଏପଟେ ପିଲା ଟି ଷଷ୍ଠଶ୍ରେଣୀରେ ପାଠ ପଢେ l ତାଙ୍କର ଏହି ପରି ହେବା ଦ୍ୱରା ସ୍କୁଲ କୁ ଯିବା ବନ୍ଦ ହୋଇ ଯାଇଛି l ଯାହାକି, ପିଲା ର ଭବିଷ୍ୟତ ଅନ୍ଧାର ହୋଇ ଯାଇଛି  ବୋଲି ତାଙ୍କ ବାପା କହିଛନ୍ତି l ପୁଅର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କିଛି ସାହାଯ୍ୟ କଲେ ଭଲ ଭାବରେ ଚିକିତ୍ସା ହୋଇ ପାରିବ ବୋଲି ସେ ଆଶା ରଖିଛନ୍ତି l ଦେଖିବାକୁ ବାକି ରହିଲା ଯେ, କେବେ ପ୍ରଶାସନ ଦୃଷ୍ଟି ଦେଉଛି l ଏବଂ ସଂଗ୍ରାମର ମୁହଁରେ କେବେ ହସ ଫୁଟିବ l

Leave A Reply