ରାୟଗଡା-କରୋନ ଆକ୍ରାନ୍ତ ଏବଂ ମୃତ୍ୟୁକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଥିବା ବେଳେ ଏହାକୁ ନେଇ କିଛି ବ୍ୟକ୍ତିବିଶେଷ ଗୁଜବ ଏବଂ ଅପପ୍ରଚାର କରିଚାଲିଛନ୍ତି। ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରିଥିବା ଅଭିଯୋଗରେ ରାୟଗଡା ପୁଲିସ ଜଣେକୁ ଗିରଫ କରିଛି। ତାଙ୍କ ନାମ ସତ୍ୟନାରାୟଣ ସାମଲ ଓରଫ ଦୀପୁ ବୋଲି ଏସପି ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୂଚନା ପ୍ରକାରେ ରାୟଗଡାରେ ପହଞ୍ଚିଲା କରୋନା।
ଜିଲ୍ଲାର କାଶୀପୁରର ଜଣେ କରୋନାରେ ଆକ୍ରାନ୍ତ। ଦାଦନ ଖଟିବାକୁ ଯାଇ ଫେରିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଜଣକ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଭଳି ମିଥ୍ୟା ତଥ୍ୟକୁ ଅମ୍ବାଦଳାରେ ରହୁଥିବା ସତ୍ୟନାରାୟଣ ସାମଲ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର କରି ଗୁଜବ ସୃଷ୍ଟି କରିଥିଲେ। ପରିଣାମ ସ୍ଵରୂପ ଗତକାଲି ରାତିଠାରୁ ସ୍ବାସ୍ଥ୍ୟ ବିଭାଗ ସହ ଜିଲ୍ଲା ପ୍ରଶାସନ ଏବଂ କ୍ଷେତ୍ର କର୍ମଚାରୀ ସତ୍ୟତା ଜାଣିବା ନାକେଦମ ହୋଇଯାଇଥିଲେ। ପରେ ଆଜି ସକଳେ ଜିଲାପାଳ ପ୍ରମୋଦ କୁମାର ବେହେରା ଘଟଣାରେ କୌଣସି ସତ୍ୟତା ନଥିବା ସ୍ପଷ୍ଟୀକରଣ ଦେବସହ ଗୁଜବକାରୀଙ୍କୁ ଧରିବାପାଇଁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସର ଏକଟିମ ଅମ୍ବାଦଳାରୁ ଗୁଜବକାରୀକୁ ଗିରଫ କରିଥିବା ଏସପି ସୂଚନା ଦେଇଛନ୍ତି।
ଏବଂ ତାଙ୍କ ନାମରେ ମୁନିଗୁଡା ଥାନା କେସ ନଂ ୨୩/୨୦୨୦ଧାରା ୧୫୩କ/୫୦୪/୫୦୫(୧)(ଖ)/୫୦୭ ଭାରତୀୟ ଦଣ୍ଡନୀୟ ଅପରାଧ ନିୟମ ଅନୁଯାୟୀ ଗିରଫ କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ କରିଛନ୍ତି। ପଚାର ଉଚାର କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି।