ରାୟଗଡା- ଜାତୀୟ ନିରାପତା ପରିଷଦର ନେତୃତ୍ୱରେ ସାରା ଦେଶରେ ୨୦୨୦ ମାର୍ଚ୍ଚ ୪ ତାରିଖ ଠାରୁ ୪୮ତମ ଜାତୀୟ ନିରାପତା ଦିବସ ପାଳନ କରାଯାଉଛି । ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ ଏହାର ଦୋରାଗୁଡ଼ା କାରଖାନାର ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ନିରାପତାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ୪୯ତମ ଜାତୀୟ ନିରାପତା ମାସ ପାଳନ କରାଯାଉଛି । ମାର୍ଚ୍ଚ ୪, ୨୦୨୦ରେ ଏକ ଗଣ ର୍ୟାଲି ଆୟୋଜନ କରାଯାଇଥିଲା ଏବଂ ଏହା ପରେ ମୁଖ୍ୟ ଅଫିସ ପଡ଼ିଆରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଇଥିଲା । ୟୁଏଆଇଏଲ୍ର ସଭାପତି ଓ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ ପତାକା ଉତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ବର୍ଷତମାମ କୌଣସି ପ୍ରକାର ଦୁର୍ଘଟଣାର ଶିକାର ନହୋଇ ନିଜର କାର୍ଯ୍ୟକୁ କିଭଳି ସୁରକ୍ଷିତ ଭାବେ କରିହେବ ସେ ନେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରତିବଦ୍ଧତାର ନବୀକରଣ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ଉକ୍ରଳରେ ଚଳିତ ମାସର ବିଷୟବସ୍ତୁ ହେଉଛି “ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦର୍ଶନରେ ଉନ୍ନତି ଆଣିବା ।’’
ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ସଦସ୍ୟମାନେ ସୁରକ୍ଷା ଓ ସ୍ୱାସ୍ଥ୍ର୍ୟକୁ ନେଇ ଶପଥ ପାଠ କରିଥିଲେ । ଶ୍ରୀଯୁକ୍ତ ମଜହରୁଲ୍ଲା ବୈଗ, ଯୁଗ୍ମ ସଭାପତି-ଇଞ୍ଜିନିୟରିଂ ଓ ଏଲଡିସି, ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ଭିପି ପ୍ରୋସେସ ଓ ଶ୍ରୀଯୁକ୍ତ ପି ଭି କ୍ରିଷ୍ଣା, ଭିପି ପ୍ରୋଜେକ୍ଟଙ୍କ ତରଫରୁ ହିନ୍ଦୀ, ଓଡ଼ିଆ ଓ ଇଂରାଜି ଭାଷାରେ ନିରାପତା ଓ ସ୍ୱାସ୍ଥ୍ୟ ଶପଥ ପାଠର ପରିଚାଳନା କରାଯାଇଥିଲା । ଉକ୍ରଳର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ସତୀଶ ପାଇଙ୍କ ଏକ ବାର୍ତାକୁ ଏହି ଅବସରରେ ପାଠ କରାଯାଇଥିଲା ଯେଉଁଥିରେ ସେ କହିଥିଲେ ଯେ ହିଣ୍ଡାଲକୋ ବ୍ୟବସାୟର ମୂଳରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି ଓ ଶୂନ ଦୁର୍ଘଟଣା ହାସଲ କରିବାର ପ୍ରତିବଦ୍ଧତା ବିଷୟରେ ସେ ଜଣାଇଛନ୍ତି । ନିଜସ୍ୱ ବ୍ୟବହାରକୁ ନେଇ ବ୍ୟକ୍ତିଗତ ଦାୟିତ୍ୱ ନେବା, ଅନ୍ୟମାନଙ୍କୁ ସୁରକ୍ଷା ଦେବା ଏବଂ ଏକ ସୁରକ୍ଷିତ କର୍ମ ସଂସ୍କୃତି ପାଇଁ ପାରିପାଶ୍ୱର୍କୁ ନିରୀକ୍ଷଣ କରିବା ଲାଗି ସେ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ୟୁନିଟ୍ର ସ୍ଥାନୀୟ ମୁଖ୍ୟମାନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତିଯେ କଂଟ୍ରାକ୍ଟର ନିରାପତା ପରିଚାଳନାକୁ କାର୍ଯ୍ୟକାରୀ ଓ ସୁଦୃଢ଼ କର, ବ୍ୟବହାର ଭିତିକ ନିରାପତା (ବିବିଏସ) ଏବଂ ପରିବର୍ତିତ ବ୍ୟବସ୍ଥା ପରିଚାଳନା ନିୟମକୁ ପାଳନ କରିବାକୁ କହିଛନ୍ତି । ଆଗାମୀ ଦିନରେ ହିଣ୍ଡାଲ୍କୋରେ କର୍ମକ୍ଷେତ୍ରରେ ଶୂନ ଦୁର୍ଘଟଣା ଏବଂ ଆଘାତ ଲାଗି ସମୟ ନଷ୍ଟ ନକରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି, ଉକ୍ରଳ, ସାଧାରଣ ନିରାପତା ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିଷ୍ଠାର ସହିତ ନିୟମ ପାଳନ କରିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ୟୁଏଆଇଏଲର କର୍ମ କ୍ଷେତ୍ରରେ “ଶୂନ ଦୁର୍ଘଟଣା’ ସଂସ୍କୃତି ଉପରେ ସେ ଗୁରୁତ୍ୱ ଦେଇଥିଲେ ଏବଂ ବ୍ୟାବହାରିକ ନିରାପତାରେ ଉନ୍ନତି ଆଣିବା ଲାଗି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ମାସବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ଏଜେଣ୍ଡାର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ମାସ୍ ପେପ୍ଟକ୍, କର୍ମଚାର ଓ ପରିବାର ସଦସ୍ୟଙକ ପାଇଁ ପୋଷ୍ଟର ପ୍ରତିଯୋଗିତା, କର୍ମଚାରୀ ଓ କଂଟ୍ରାକ୍ଟରମାନଙ୍କ ପାଇଁ ପୋଷ୍ଟର ପ୍ରତିଯୋଗିତା, ନିରାପତା କବିତା ପ୍ରତିଯୋଗିତା, ଅର୍ଥ ନିରାପତା ପ୍ରତିଯୋଗିତା, ସ୍କିଟ ପ୍ରତିଯୋଗିା, ପିଟିଡବ୍ଲୁ୍ର ଓ ଲୋଟୋଟୋ ପ୍ରତିଯୋଗିତା, ସେଫଟି ଏକ୍ସଟେମ୍ପୋର, ଖୋଲା କୁଇଜ ପ୍ରତିଯୋଗିତା ଏହି ମାସ ବ୍ୟାପୀ ନିରାପତା କାର୍ଯ୍ୟକ୍ରମ ପାଳନ ବେଳେ ଆୟୋଜନ କରାଯିବ । ଏହା ସହିତ ଇଲେକଟ୍ରିକାଲ ନିରାପତା, କନଫାଇନଡ ସ୍ପେସ, ଉଚ୍ଚ ସ୍ଥାନରେ କାର୍ଯ୍ୟ କରିବା, ଗଂମ କାର୍ଯ୍ୟ ଆଦି ବିଷୟ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉକ୍ରଳ ନିରାପତା ଟିମ୍ ତରଫରୁ ଆୟୋଜନ କରାଯିବ ।
ୟୁଏଆଇଏଲ ବିଷୟରେ…
ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ହେଉଛି ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତବ ସଂସ୍ଥା ହିଣ୍ଡାଲକୋର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ କଂପାନି । ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ଅଧୀନରେ ଥିବା ଦୋରାଗୁଡ଼ାର ଏକ ବିଶୋଧନାଗାର ପ୍ରକଳ୍ପ ହେଉଛି ୟୁଏଆଇଏଲ୍ । ଏଥିରେ ରହିଛି ଏକ ୧.୫ ଏମଟିପିଏ ଆଲୁମିନା ବିଶୋଧନାଗାର, ବାପହିଲମାଲିରେ ଏକ ବକ୍ସାଇଟ ଖଣି ଯେଉଁଥିରେ ଗଗଚ୍ଛିତ ରହିଛି ୨୫ ବର୍ଷ ପର୍ଯ୍ୟନ୍ତର ବକ୍ସାଇଟ ଏବଂ ଏକ ୯୦ ମେଗାୱାଟର କ୍ୟାପଟିଭ କୋ-ଜନେରେସନ ପାୱାର ପ୍ଲାଂଟ୍ । ବର୍ତମାନ ଏହି ବିଶୋଧନାଗାରର ୦.୫ ଏମଟିପିଏ ସଂପ୍ରସାରଣ ଯୋଜନା ଅଗ୍ରଗତି ସ୍ତରରେ ରହିଛି ଏବଂ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ମଂଜୁରୀ ମିଳିସାରିିଛି । ୟୁଏଆଇଏଲର ଆଲୁମିନାକୁ ହିଣ୍ଡାଲକୋର ମହାନ ଏବଂ ଆଦିତ୍ୟ ସ୍ମେଲଟରରେ ବ୍ୟବହାର କରାଯାଉଛି ।
ଇିଶ୍ୱର ସବୁଠୁ ଶ୍ରେଷ୍ଠ ପ୍ରଯୁକ୍ତି ଯୋଗାଣକାରୀ ରିଓ-ଟିଂଟୋ-ଆଲକାନର ଷ୍ଟେଟ ଅଫ ଆର୍ଟ ପ୍ରଯୁକ୍ତି ବ୍ୟବହାର କରାଯାଇଥିବା ଏକ ବିଶ୍ୱସ୍ତରୀୟ ଏବଂ ଏଠାରେ ଶ୍ରେଷ୍ଠ ମାନର ବକ୍ସାଇଟକୁ ସମନ୍ୱିତ ଖଣି ଓ ବିଶୋଧନାଗାର ମଧ୍ୟରେ ସମନ୍ୱିତ ଲଜିଷ୍ଟଇକ୍କୁ ନେଇ ବିଶ୍ୱର ସବୁଠୁ କମ୍ ଟନ୍ ପିଛା ପରିଚାଳନା ଖର୍ଚରେ ପ୍ରସ୍ତୁତ କରାଯାଉଥିବା ବିଶୋଧନାଗାର ହେଉଛି ଉକ୍ରଳ ଆଲୁମିନା । ବିଶ୍ୱରେ ଏଭଳି ଅନ୍ୟତମ ୧୮ କିଲୋମିଟରର ଏକ ଲମ୍ବା କନଭେୟରରେ ଜରିଆରେ ବାପହିଲମାଲି ଖଣିରୁ କଂପାନି ବକ୍ସାଇଟ ସଂଗ୍ରହ କରୁଛି । ଏହି ୟୁନିଟକୁ ଆଇଏସଓ ୯୦୦୧, ୧୪୦୦୧ ଏବଂ ଓଏଚଏସଏଏସ ୧୮୦୦୧ ସାର୍ଟିଫିକେସନ ମିଳିଛି ।