Odisha news

ବିଶ୍ୱର ସର୍ବବୃହତ ଏଫଡବ୍ଲୁଏ ସେବା ପ୍ରଦାନକାରୀ ହେବା ପଥରେ ରିଲାଏନ୍ସ ଜିଓ

0

ନୂଆଦିଲ୍ଲୀ: ଆମେରିକାର ସର୍ବବୃହତ ଟେଲିକମ୍ କମ୍ପାନୀ ଟି-ମୋବାଇଲକୁ ପଛରେ ପକାଇ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ ସେବା ପ୍ରଦାନକାରୀ କମ୍ପାନୀ ହୋଇପାରିବ  ସରଳ ଭାଷାରେ ଘର ଏବଂ ଅଫିସରେ ଉପଲବ୍ଧ ବ୍ରଡ଼ବ୍ୟାଣ୍ଡ ୱାଇଫାଇ ସେବାକୁ ଏଫଡବ୍ଲୁଏ ଅର୍ଥାତ୍ ସ୍ଥିର ୱାୟାରଲେସ୍ ଆକ୍ସେସ୍ ସେବା କୁହାଯାଏ। ଆଇସିଆଇସିଆଇ ସିକ୍ୟୁରିଟିଜ୍ ପକ୍ଷରୁ ରବିବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଜୁନ୍ ୨୦୨୫ ସୁଦ୍ଧା ରିଲାଏନ୍ସ ଜିଓର ବିଶ୍ୱରେ ସର୍ବାଧିକ ସଂଖ୍ୟକ ଏଫଡବ୍ଲୁଏ ଗ୍ରାହକ ହେବାର ସମ୍ଭାବନା ରହିଛି। ଟି-ମୋବାଇଲର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୫ରେ କମ୍ପାନୀର ପ୍ରାୟ ୬୮ ଲକ୍ଷ ୫୦ ହଜାର ଏଫଡବ୍ଲୁଏ ଗ୍ରାହକ ଥିଲେ। ଏହି ତୁଳନାରେ, ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ମେ ମାସରେ ରିଲାଏନ୍ସ ଜିଓର ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୬୮ ଲକ୍ଷ ୮୦ ହଜାର ଅତିକ୍ରମ କରିଛି। ଆମେରିକୀୟ କମ୍ପାନୀ ପରବର୍ତ୍ତୀ କିଛି ମାସରେ ନୂତନ ଗ୍ରାହକ ମଧ୍ୟ ଯୋଡ଼ିଥିବ ନିଶ୍ଚୟ। କିନ୍ତୁ ରିଲାଏନ୍ସ ଜିଓର ଗ୍ରାହକ ଯୋଡିବାର ଗତି ବହୁତ ଅଧିକ ରହିଛି। ମେ ମାସରେ, କମ୍ପାନୀ ଏହାର ପୋର୍ଟଫୋଲିଓରେ ପ୍ରାୟ ସାଢେ ସାତ ଲକ୍ଷ ନୂତନ ଏଫଡବ୍ଲୁଏ ଗ୍ରାହକ ଯୋଡିଛି। ଆଇସିଆଇସିଆଇ ସିକ୍ୟୁରିଟିଜ୍ ଆକଳନ ଅନୁଯାୟୀ ଯେଉଁ ଗତିରେ ରିଲାଏନ୍ସ ଜିଓ ନୂତନ ଏଫଡବ୍ଲୁଏ ଗ୍ରାହକ ଯୋଡୁଛି, ଜୁନ୍ ୨୦୨୫ ସୁଦ୍ଧା ଏହା ଆମେରିକୀୟ କମ୍ପାନୀ ଟି-ମୋବାଇଲକୁ ପଛରେ ପକାଇଦେବ।

Nalco
Leave A Reply