ଧର୍ମଶାଳା:ଧର୍ମଶାଳା ତହସିଲ ଅଧିନରେ ଥିବା ବିଛାଖଣ୍ଡି ଅଞ୍ଚଳରେ ଗଡିଉଠିଥିବା ବେଆଇ କ୍ରଶର ଗୁଡିକୁ ଆଜି ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି । ଏହି ବେଆଇନ କ୍ରସର ଉଛେଦ ନେଇ ପୂର୍ବରୁ ତହସିଲ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ସେହିକ୍ରମରେ ଆଜି ଯାଜପୁର ଏଡିଏମ ମିହିର କୁମାର ମହାନ୍ତି,ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି ଡାଇରେକ୍ଟର ମାଇନସ ଆଶିଷ ବେହେରା, ପ୍ରଦୁ୍ୟଷଣ ବିଭାଗ ଅଧିକାରୀ ପ୍ରମୋଦ କୁମାର ବେହେରା, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀ ପ୍ରଶନ୍ନ ମହାନ୍ତି, ଶୀତଲ ଅଗ୍ରୱାଲ, ଏସଡିପିଓ ଚିନ୍ମୟ କୁମାର ନାୟକ, ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ସ୍ଥାନୀୟ ବନବିଭାଗ ଅଧିକାରୀ ରଞନ କୁମାର ମିଶ୍ର ଉପସ୍ଥିତ ରହି ଏହି ଉଛେଦ କାର୍ଯ୍ୟକ୍ରମକୁ ତ୍ୱରାନନ୍ୱିତ କରୁଛନ୍ତି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ୩ସେକସନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଧର୍ମଶାଳା ତହସିଲ ପକ୍ଷରୁ ଏଠାରେଥିବା ୪୨ ଗୋଟି କ୍ରସରମାଲିକଙ୍କୁ ତହସିଲ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ହେଲେ ଏହାକୁ କ୍ରସରମାଲିକମାନେ ଭୃକ୍ଷେପ ନକରି ବେଆଇନ ଭାବେ କ୍ରସର ଚଳାଉଥିଲେ । ଏହିସବୁ ବେଆଇନ କ୍ରସର ଗୁଡିକୁ ଉଛେଦ କରିବା ପାଇଁ ଜିଲ୍ଲା ଓ ତହସିଲ ପ୍ରଶାସନ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏସମ୍ପର୍କରେ କେହି ସୂରାଗ ମଧ୍ୟ ପାଇ ନଥିଲେ । ଆକ୍ସନ ମୋଡରେଥିବା ପ୍ରଶାସନର ଏଭଳି କାର୍ଯ୍ୟକ୍ରମଦେଖି କ୍ରସରମାଲିକମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି । ପ୍ରଥମେ ସମଗ୍ର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ଜେସିବି ମେସିନ ସାହାୟତାରେ କ୍ରସର ଗୁଡିକୁ ଉଛେଦ କରାଯାଉଛି ।
ସେହିପରି ବାଘୁଆ, ଆରୁହା,ଜାବରା,ବାଜବାଟି ଓ କୁସୁନପୁର ଅଞ୍ଚଳରଥିବା ବେଆଇନ କ୍ରସର ଗୁଡିକ ଉଛେଦ ଲାଗି ପ୍ରଶାସନ ପକ୍ଷରୁ ନୋଟିସ ଜାରିକରାଯାଇଥିଲା । ହେଲେ ଏହାକୁ କ୍ରସରମାଲିକମାନର ଭୃକ୍ଷେପ ନକରି କ୍ରସର ଚଳାଉଛନ୍ତି । ହେଲେ ଆଜି ପ୍ରଶାସନ ପକ୍ଷରୁ ଯେଉଁଭଳି ଭାବେ ଅଚାନକ ଚଢାଉ କରାଯାଇଛି । ଏହାକୁ ନେଇ ଉପରୋକ୍ତ ଅଞ୍ଚଳର ବେଆନ ଭାବେ ଚଳାଉଥିବା କ୍ରସର ମାଲିକମାନେ ଆତଙ୍କିତ ହୋଇପଡିଛନ୍ତି । ତେବେ ଆଜି ସନ୍ଧ୍ୟାସୁଦ୍ଧା ୨୦ ଗୋଟି କ୍ରଶର ଭଙ୍ଗା ଯାଇଥିବା ବେଳେ ଆସନ୍ତା କାଲି ଠାରୁ ଉଛେଦ କାର୍ଯୟ ତ୍ୱରାନୁ୍ୟତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।