ଧର୍ମଶାଳା: ଧର୍ମଶାଳା ନିର୍ବାଚନମଣ୍ଡଳୀର ଆରୁହା ଓ ଥାନୁଆଳ ପଞ୍ଚାୟତର ଶତାଧିକ କର୍ମୀ ଆଜି ଅନ୍ୟଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି । ଜାରକାସ୍ଥିତ ବିଜେଡି କା୍ର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ।
ଆରୁହା ପଞ୍ଚାୟତରୁ ପ୍ରଭାତ ରଞ୍ଜନ ସାମଲ, ଧୃବ ଚରଣ ଘଡେଇ,ଦୁଃଶାସନ ଦେଉରୀ,ଦନେଇ ମଲିକ,ସୁରେଶ ବଳ,ସଂଗ୍ରାମ କେଶରୀ ନାୟକ ଓ ଖଗେଶ୍ୱର ସାମଲ ପ୍ରମୁଖ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ସେହିପରି ଥାନୁଆଳ ପଞ୍ଚାୟତର ରାଜେଶ କୁମାର ଡୋରା, ନରୋତ୍ତମ ଡୋରା,ଧନେଶ୍ୱର ସେଠୀ, ପ୍ରମୋଦ ମହାରଣା, ଲକ୍ଷ୍ମୀଧର ସେଠୀ, ହେମନ୍ତ ମହାରଣା, ରବିନାରାୟଣ ସେଠୀ,ପରମାନନ୍ଦ ଡୋରା, ପବିତ୍ର ସେଠୀ ଓ ଚିନ୍ମୟ ଡୋରା ପ୍ରମୁଖ ଶତାଧିକ କର୍ମୀ ସ୍ଥାନୀୟ ବିଧାୟକ ଶ୍ରୀ ବଳବନ୍ତରାୟ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଅନ୍ୟଦଳଛାଡି ବିଜେଡିରେ ଯୋଗଦେଇଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାରିଷଦ ସଭ୍ୟ ନିରଞ୍ଜନ ରାଉତ,ଆରୁହା ସରପଞ୍ଚ ହରିହର ରାଉତ, ଥାନୁଆଳ ସରପଞ୍ଚ ଅମୁଲ୍ୟଧନ ଜେନା, ଦୀଲିପ ବଳ,ଶୁଶାନ୍ତ ଜେନା,ଶ୍ରୀନିବାସ ଜେନା,ଦୁଃଶାସନ ଜେନା,ଯତିନ୍ଦ୍ର ପ୍ରଧାନ, ଶୁବାସ ଜେନା ପ୍ରମୁଖ ପରିଚାଳନା କରିଥିଲେ