ସିନ୍ଧେ ଙ୍କୁ ଇନଡାଇରେକ୍ଟଲି ଦେଲେ ସଂକେତ
ପାୱାରଙ୍କ ୧୫ ମିନିଟର ସାକ୍ଷାତ ବଢ଼ାଇଲା ଟେନ୍ସନ
କଣ ରହିଛି ଏହି ସାକ୍ଷାତ ପଛର ଖେଳ ?
ଶରଦ ପାୱାର ଙ୍କର ଏକନାଥ ସିନ୍ଧେ ଙ୍କ ସହିତ ଅଚାନକ ସାକ୍ଷାତ ମହାରାଷ୍ଟ୍ର ରାଜନୀତି ରେ ମୃଦୁ ଭୂମିକମ୍ପ ସୃଷ୍ଟି କରିଛି, ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାଭିସ ଙ୍କ ଭୂମିକା, ମହାଗଠବନ୍ଧନ ରେ ସରକାର ଙ୍କର ସ୍ଥିତି, ସମ୍ଭାବିତ ରାଜନୀତିକ ସମୀକରଣ କୁ ନେଇ ଚର୍ଚା ଜୋର ଧରିଛି l
କୁହନ୍ତୁ ରାଜନୀତିରେ ଯୋଉଟା ଦେଖାଯାଏ, ସେଇଟା ସତ୍ୟ ହୋଇନଥାଏ, ମହାରାଷ୍ଟ୍ରରେ ଏହା ବିଶେଷ ଭାବରେ ଦେଖିବାକୁ ମିଳିଥାଏ, ନିକଟରେ ବିଧାନ ଭବନ ରେ ୨ ମହାରଥୀ ଙ୍କ ସାକ୍ଷାତ ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଛି, କହିବାକୁ ଗଲେ ଏହା ମାତ୍ର ୧୫ ମିନିଟର ସାକ୍ଷାତକାର ଥିଲା, କିନ୍ତୁ ଏହାର ଅନେକ ଅର୍ଥ ଖୋଜା ଯାଉଛି, ଏହି ସାକ୍ଷାତକାର କୁ ନେଇ ରାଜନୀତି ମୈଦାନ ରେ ଅନେକ କଳ୍ପନା ଜଳ୍ପନା କରାଯାଉଛି l
ଶରଦ ପାୱାର ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ କୁ ନେଇ ମହାରାଷ୍ଟ୍ର ଏକୀକରଣ ସମିତିର ବୈଠକ ରେ ଶାମିଲ ହେବାକୁ ଯାଇଥିଲେ, କିନ୍ତୁ ସେଠାରେ ବୈଠକ ସାରିବା ପରେ ସେ ସିଧା ସଳଖ ଏକନାଥ ସିନ୍ଧେ ଙ୍କ କ୍ୟାବିନ କୁ ଯାଇଥିଲେ, ଏହି ସମୟରେ ତାଙ୍କ ସହିତ ଜୟନ୍ତ ପାଟିଲ, ଜିତେନ୍ଦ୍ର ଆହ୍ୱାଡ଼ ଓ ଶଶିକାନ୍ତ ସିନ୍ଧେ ମଧ୍ୟ ଉପସ୍ଥିତ ଥିଲେ, ସେହି ସମୟରେ ସିନ୍ଧେ କ୍ୟାବିନେଇ ବୈଠକ ରେ ବ୍ୟସ୍ତ ଥିଲେ, କିନ୍ତୁ ପାୱାର ଙ୍କ ପହଞ୍ଚିବା କଥା ଜାଣିବା କ୍ଷଣି ସେ ବୈଠକ ରଦ୍ଧ କରି ପାୱାର ଙ୍କୁ ଉତ୍ସାହ ର ସହିତ ସ୍ୱାଗତ କରିଥିଲେ l ଏବଂ ଉଭୟ ରାଜନୈତିଜ୍ଞ ୧୫ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ l
ଶରଦ ପାୱାର ହେଉଛନ୍ତି ରାଜନୀତିର ବଡ଼ ଖେଳାଳି, ଏବଂ ମହାରାଷ୍ଟ୍ର ରାଜନୀତି ରେ ସାଂସଦ ଓ ବିଧାୟକ ମାନେ ଦଳ ଛାଡିବାର ଯେଉଁ ଚର୍ଚା ରହୁଛି , ନିଜ ରାଜନୈତିକ ଦଳକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାଭିସ ଙ୍କୁ ସାକ୍ଷାତ ନକରି ସିଧାସଳଖ ସିନ୍ଧେଙ୍କୁ ସାକ୍ଷାତ କରିଥିଲେ l କାହିଁକିନା ଏହା ପୂର୍ବରୁ ଶିବସେନା UBT ର ୬ ସାଂସଦ ସିନ୍ଧେ ଙ୍କ ସହିତ ଆସି ମିଶି ଛନ୍ତି l ଏହାପରେ ରାଜନୀତିରେ ଆଲୋଚନା ଚାଲିଥିଲା ଯେ ବର୍ତମାନ ସିନ୍ଧେ ଙ୍କ ନଜର ରହିଛି ପାୱାର ଙ୍କ ଦଳ ଉପରେ l
ଏକନାଥ ସିନ୍ଧେ ଙ୍କ ସହିତ ସାକ୍ଷାତ କରି ପାୱାର ଏହି ସନ୍ଦେଶ ଦେଇଛନ୍ତି ତାଙ୍କର ଦବଦବା ରାଜ୍ୟର ରାଜନୀତିରେ ସବୁ ସ୍ତରରେ ରହିଛି, ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାଭିସ ହୁଅନ୍ତୁ କି ଆଉ କେହି ହେଉ ସେ ନିଜର ଗୁରୁତ୍ୱ କୁ ସବୁବେଳେ ରଖି ଥାଆନ୍ତି l
ଗୋଟିଏ ପଟରେ ରାଜନୀତିଜ୍ଞ ଏହାକୁ ଶରଦ ପାୱାର ଙ୍କର ରାଜନୀତିରେ ରଣନୀତି ର ଚାଲ ବୋଲି କହିଛନ୍ତି l
