Odisha news

ମୋ ସରକାର ସମ୍ପର୍କ ଶିବିର

0
ଆର,ଉଉଦୟଗିରି-:  ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ମୋ ସରକାର ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା । ବିଡିଓ ବଂଶୀଧର ଖୋସଲାଙ୍କ ଅଧିକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିଲେ । ସମାନିତ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ,ସଉରା ଉନ୍ନୟନ ସଂସ୍ଥାର ସ୍ବତନ୍ତ ଅଧିକାରୀ ବି ଟପୋ, ବ୍ଲକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ ,ଆର,ଉଦୟଗିରି ଜୀଲାପରିଷଦ ସଭ୍ୟ ଯାକବ ମାଝୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନମଙ୍ଗଳ ଯୋଜନା ଗୁଡିକର ସଠିକ୍ ରୂପାୟନ କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ ।
ଏହି ଶିବିରରେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ସଚେତନତା କରାଯାଇଥିଲା । ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଇଟିଡିଏ ସଂସ୍ଥା ପକ୍ଷରୁ ପରିଚାଳନା କରିଥିଲେ ।
Leave A Reply