Odisha news

ଦ୍ୱାରଶୁଣି ଘାଟିରେ ବସକୁ ଧକ୍କା ଦେଲା ଟ୍ରକ ୨ ଗୁରୁତର ୫ ଆହତ

0

ବାଙ୍ଗିରିପୋଷି: ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ପୁଣି ଘଟିଛି ଦୁର୍ଘଟଣା । ଗତ କିଛିଦିନ ଧରି ଦୁର୍ଘଟଣା ବନ୍ଦ ପଡିଥିବା ବେଳେ ପୁଣି ୭ ଦିନରେ ୫ଟି ଦୁର୍ଘଟଣା ଘଟି ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ଯାତ୍ରୀ ବାହି ବସ ଓଡି୧୧ଆର୫୧୦୩(ଆନନ୍ଦ) ବାରିପଦାରୁ ବାଦାମ ପାହାଡ ଯାଉଥିବା ବେଳେ ପ୍ରଥମ ବଙ୍କାଣିରେ ବିପରୀତ ଦୀଗରୁ ଏକ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ(ଏଲ୦୧ଏନ ୨୬୬୬) ଯୋଡାରୁ ରୁ ପଶ୍ଚିମବଙ୍ଗର ହଳଦିଆ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ ଆଡକୁ ମାଡି ଆସିଥିଲା ବସର ଚାଳକ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରକଟି ବସର ଶେଷ ଆଡକୁ ଧକ୍କାଦେଇ ରାସ୍ତାରୁ ୫୦ ଫୁଟ ଦୁର ଏକ ନାଳ ରେ ଓଲଟି ପଡିଥିବା ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ଘଟଣା ସ୍ଥଳରେ ପହଂଚି ପ୍ରଥମେ ବସର ଯାତ୍ରୀଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତୀ କରିଥିଲେ ।

ଟ୍ରକ ଚାଳକ ଚାପି ହୋଇ ରହିଥିବାରୁ କିଛି ସମୟ ଚେଷ୍ଠା ପରେ ଉଦ୍ଧାର କରାଯାଇଥିଲା । ତାକୁ ମଧ୍ୟ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରିଥିଲେ । ପରେ ବସରେ ଥିବା ଯାତ୍ରୀ ବାଲିପାଳ ଅଂଚଳର ରତିକାନ୍ତ ମଣ୍ଡଳ (୫୦)ଓ ଟ୍ରକ ଚାଳକ ଅବସ୍ଥା ଗୁରୁତ୍ୱର ହେବାରୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ ଓ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଅନ୍ୟ ୫ ଜଣ ଆହତ ଯଥା- ମୋହନ ଟୁଡୁ (୩୦), ସୁମି ଟୁଡୁ (୨୫),ସମ୍ଭୁନାଥ ଟୁଡୁ (୧),ଖମା କିସ୍କୁ(୩୫),ରୁଜା ହେମ୍ବ୍ରମ (୨୦)ସମସ୍ତଙ୍କ ଘର ରାସଗୋବିନ୍ଦପୁର ଅଂଚଳର ଟୋକାପଡା ବୋଲି ଜାଣିବାକୁ ମିଳିଛି । ଏମାନଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଛାଡି ଦିଆ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ମିଳିଛି । ଏଥିନେଇ ବାଙ୍ଗିରିପୋଷି ଥାନାରେ ବସ ମାଲିକ ତରଫରୁ ଏକ ଲିଖିତ ଅଭିଯୋଗ ଦେଲାପରେ ପୁଲିସ ୨୦/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଶେଷ ଖବର ସୁଦ୍ଧା ଟ୍ରୋକ ଚାଳକଙ୍କ ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.