Odisha news

ଦାଦନ ଖଟିବାକୁ ଯାଇ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ ଓଡ଼ିଆ ଶ୍ରମିକ ।

0

କୋଦଳା: ରାଜ୍ୟରେ ବଢ଼ି ଚାଲିଛି ଦାଦନ ଦଃୁଖ ରାଜ୍ୟ ତଥା ରାଜ୍ୟ ବାହାରକୁ କାମ ଧନ୍ଧା କରିବାକୁ ଯାଇ ଆକାଳରେ ମୃତ୍ୟୁ ବରଣ କରୁଛନ୍ତିି ଶ୍ରମିକ । ଗଞ୍ଜାମ ଜିଲ୍ଲାରେ ବାରମ୍ବାର ଏହି ଘଟଣା ଦେଖିବାକୁ ମିଳିଛି । ସୋମବାର ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରୁ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । କଞ୍ଚଣା ଗ୍ରାମପପଞ୍ଚାୟତର ରାଣୀପଡ଼ା ଗ୍ରାମର ୩୭ ବର୍ଷୀୟ ଗୈାରାଙ୍ଗ ଗୈାଡ଼ ମୁମ୍ବାଇର ମହୁଲ ଅଞ୍ଚଳରେ ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବେଳେ ବିଦ୍ୟୁତ୍ ସଂସ୍ପଶରେ ଆଶି ପ୍ରାଣ ହରାଇଛନ୍ତି । ସ୍ତାନୀୟ ପୋଲିସ୍ ଶବକୁ ଜବତକରି ବ୍ୟବଛେଦ କରାଯିବାପେରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପାଇର୍ ଉଦ୍ୟମ କରାଯାଇଥିଲା ।

କଞ୍ଚଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ରସେନ ଘୋଷ ସେଠାକାର ପ୍ରଶାସନକୁ କଥାବାର୍ତ୍ତା କରିବା ସହ ମୁମ୍ବାଇରେ ଥିବା ବମ୍ବେ ଉକ୍ôଳ ସମିତର ଉପାଧକ୍ଷ ସୂର୍ଯ୍ୟନରାୟଣ ଗୈାଡ଼ଙ୍କ ଉଦ୍ୟମରେ ଜିଲ୍ଲା ପ୍ରାଶାସନର ସହୋଯୋଗରେ ତାଙ୍କ ମର ଶରିରକୁ ଗ୍ରାମକୁ ଅଣାଯାଇଥିଲା ବୁଧବର ସକାଳେ ମର ଶରୀର ରାଣୀପଡ଼ା ନିଜ ଘରକୁ ଆସିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି । ମୃତ ଗୈାରଙ୍ଗଙ୍କ କୈାଣସି ସନ୍ତାନ ନଥିବା ବେଳେ ତାଙ୍କ ସ୍ତ୍ରୀ ଏବେ ବେସହରା ହୋଇପଡ଼ିଛନ୍ତି । ପରିବାରଟି ଗରିବ ଶ୍ରେଣୀର ହୋଇଥିବା ଏବଂ ରୋଜଗାରିଆ ସ୍ୱାମିଙ୍କୁ ହରାଇଥିବାରେ ସ୍ତ୍ରୀଙ୍କୁ ସରକାର ଥଇଥାନ କରିବା ସହ କ୍ଷତି ପୁରଣ କରିବା ପାଇଁ ଦାବୀ ହୋଇଛି ।

ସ୍ତାନୀୟ ବିଧାୟିକା ,ସରପଞ୍ଚ,ତହସିଲ୍ଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣା ସ୍ତଳରେ ପହଞ୍ଚି ଥିବା ବେଳେ ରେଡ଼୍କ୍ରସ ତରଫରୁ ୧୦ ହଜାର ଟଙ୍କା ଅର୍ଥିକ ପ୍ରଦାନ କରାଯାଇଛି । ଏଥି ସହିତ ହରିଶଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବେ ବୋଲି କହିଛନ୍ତି । ବିଧାୟିକା ସୂର୍ଯ୍ୟମଣି ବୈାଦ୍ୟ । ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ କ୍ଷତି ପୁରଣ ଦେବାକୁ ଦାବି କରାଯାଇଛି ।

Leave A Reply