Odisha news

ବେରୋଜଗାରୀକୁ ନେଇ ଜଗତସିଂହପୁର ଯୁବ କଂଗ୍ରେସ ପକ୍ଷରୁ ଏନଆରୟୁ

0

ଜଗତସିଂହପୁର:କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ସିଏଏ,ଏନଆରସି,ଏନପିଆର ଆଇନକୁ ନେଇ ସାରା ଦେଶରେ ଚାଲିଛି ବିକ୍ଷୋଭ ।ବିଶେଷକରି ଜାତୀୟ କଂଗ୍ରେସ ପକ୍ଷରୁ ଏହି ଆଇନକୁ ଖୋଲାଖୋଲି ଭାବରେ ବିରୋଧ କରାଯାଉଛି ।ସାରା ଦେଶରେ ଏହି ଆଇନ ଲାଗୁ ପାଇଁ ସରକାର ବ୍ୟଗ୍ର ଥିବା ବେଳେ ନୁଆ ନିଯୁକ୍ତି ସୁଯୋଗ କରିବା ପାଇଁ ସେତେ ଆଗ୍ରହ ନଥିବା ଦେଖାଯାଇଛି । ଦେଶରେ ବେରୋଜଗାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି ।ଏହାକୁ ନେଇ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏଥି ପ୍ରତି କୌଣସୀ ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

କେନ୍ଦ୍ରରେ ମୋଦି ସରକାର ୬ ବର୍ଷ ହେବ ଶାସନ କରୁଥିଲେ ହେଁ ବେରୋଜଗାରୀକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ରକ୍ଷା କରିବାରେ ବିଫଳ ହୋଇଛନ୍ତି ।ସେହିପରି ରାଜ୍ୟରେ ନବୀନ ସରକାର ଦୀର୍ଘ ବର୍ଷ ହେବ ଶାସନ କରୁଥିଲେ ହେଁ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ଅସମର୍ଥ ହୋଇଛନ୍ତି ।ଏହି ବେରୋଜଗାରୀ ସମସ୍ୟାକୁ ନେଇ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏବେ ରାଷ୍ଟ୍ର ବ୍ୟାପି ପ୍ରଚାର ଆରମ୍ଭ ହୋଇଛି ।ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଏନଆରୟୁ ଅର୍ଥାତ ନେସନାଲ ରେଜିଷ୍ଟ୍ରେସନ ଅଫ ଅନଏମ୍ପ୍ଲୟମେଣ୍ଟକାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜଗତସିଂହପୁର ବିଧାନସଭା ଯୁବ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସିପି ଛକ ସ୍ଥିତ ଜନ ସଂପର୍କ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।ଏହି ଅଭିଯାନକୁ କେନ୍ଦ୍ର କରି ଭାରତୀୟ ଯୁବ କଂଗ୍ରେସ ସବୁ ରାଜ୍ୟରେ ୟଂଙ୍ଗ ଇଣ୍ଡିଆ କା ବୋଲ ନାମକ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ କରାଇ ଯୁବ ଶକ୍ତିକୁ ଜାଗ୍ରତ କରାଉଛି ବୋଲି ଏକ ଜନ ସଂପର୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ସୁଚନା ଦେଇଛନ୍ତି ।ଦେଶରେ ଏହି ଏନଆରୟୁ ଅର୍ଥାତ ନେସନାଲ ରେଜିଷ୍ଟ୍ରେସନ ଅଫ ଅନଏମ୍ପ୍ଲୟମେଣ୍ଟ କାର୍ଯ୍ୟକ୍ରମର ନିତାନ୍ତ ଆବଶ୍ୟକ ବୋଲି ଆରମ୍ଭ କରାଯାଇଛି ।ଏହି କାର୍ଯ୍ୟକ୍ରମ ପ୍ରଥମେ ଜିଲ୍ଲା ସ୍ତରରେ କରାଯିବା ପରେ ରାଜ୍ୟ ସ୍ତରରେ ଆୟୋଜନ କରାଯିବ ।

ପରେ ଏହି କାର୍ଯ୍ୟକ୍ରମକୁ ସଂପୁର୍ଣ୍ଣ ରୁପରେଖ ଦେବା ପାଇଁ ଦିଲ୍ଲି ଜବାହରଲାଲ ଇନଡୋର ଷ୍ଟାଡିୟମ ଠାରେ ମାର୍ଚ୍ଚ ୨୩ ତାରିଖରେ ଆୟୋଜନ କରାଯିବ ବୋଲି ଜଗତସିଂହପୁର ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ସୁଚନା ଦେଇଛନ୍ତି ।ଏହି ସମ୍ମିଳନୀରେ ଜଗତସିଂହପୁର ଯୁବ କଂଗ୍ରେର ଇନଚାର୍ଜ ନଳିନୀକାନ୍ତ ନାୟକ,ପୁର୍ବତନ ଲୋକସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟଜିତ ଦାଶ,ଛାତ୍ର କଂଗ୍ରେସ ସଭାପତି ପି୍ରତମ ପରିଜା,ସୁର୍ଯ୍ୟକାନ୍ତ ସାହୁ,କୃଷ୍ଣ ପ୍ରଧାନ,ପ୍ରୀୟବ୍ରତ ମାହାଳି ସମେତ ଜିଲ୍ଲାର ଅନେକ ଛାତ୍ର ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Leave A Reply