ରାୟଗଡା-ଜେକେ କାଗଜ କଳରେ ଅଗ୍ନିକାଣ୍ଡ। କାରଖାନାର ମୂଖ୍ୟ ଗୋଦାମ ଗୃହ ବନ୍ଦ ରହିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଗତକାଲି ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଗୋଦାମ ଗୃହରେ ନିଆଁ ଲାଗିବାର କିଛି କର୍ମଚାରୀ ଦେଖିଥିଲେ।
ସଙ୍ଗେସଙ୍ଗେ ଷ୍ଟୋର ରୁମ ନିକଟରେ କାର୍ଯ୍ୟରତ କର୍ମଚାରୀ ପହଂଚି କବାଟ ତାଲା ଭାଙ୍ଗିବା ପରେ କାରଖାନାର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ୍ବ କରିଥିବା ଜଣା ପଡ଼ିଛି।
ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି ଯେ ବୀମା କମ୍ପାନୀ ମାଧ୍ୟମରେ କିଛି ଭିତରି କାରବାର ପାଇଁ ଏମିତି ହୋଇଥାଏ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଜେକେ କାରଖାନାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁନିଲ କୁମାର ନାଥ କହିଛନ୍ତି ଜେକେ କେବେ ଏମିତି କରିବ ନାହିଁ। ଏବଂ କାରଖାନାର ସେମିତି କିଛି ନଷ୍ଟ ହୋଇନାହିଁ ଗତକାଲି ଶିବରାତ୍ରୀ ଥିବା ହେତୁ ବହୁତ କର୍ମଚାରୀ ଅନୁପସ୍ଥିତ ଥିଲେ ତେଣୁ ଏମିତି ଘଟଣା ଘଟିଯାଇଛି ବୋଲି ସୂଚନା ଦେଇଛନ୍ତି।