Odisha news

ପୋଖରବନ୍ଧରୁ କଂଜାଲଗୁ ଘାଟି ମୁଖ୍ୟରାସ୍ତା(ଏସଏଚ୪୧)ସୋଚନୀୟ

0

ବାଲିଗୁଡା,-;ବାଲିଗୁଡାର ପୋଖରବନ୍ଧ ଠାରୁ କଂଜାଲଗୁ ଘାଟି ରାସ୍ତା ପାଲଟିଛି ମରଣାଯନ୍ତା । ପୋଖରିବନ୍ଧ ଠାରୁ କଂଜାଲଗୁ ଘାଟିର ପ୍ରାୟ ୮ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାକି ଏହି ୮ମିକି ରାସ୍ତାକୁ ଅତିକ୍ରମ କରିବାକୁ ଲାଗୁଛି ପ୍ରାୟ ଅଧଘଣ୍ଟା ।ଏହି ରାସ୍ତା ବାଲିଗୁଡାରୁ ବୌଦ୍ଧଜିଲ୍ଲା,ବଲାଙ୍ଗିର ଜିଲ୍ଲା,ସୋନପୁର,ସମ୍ବଲପୁର ଓ କଳହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଛି ଓ ବାଲିଗୁଡା ବ୍ଲକର ଦୁଇଟି ପଂଚାୟତ ଲଣ୍ଡାଗାଁ ଓ ଖମନଖୋଲ ପଂଚାୟତ କୁ ସଂଯୋଗ କରୁଛି ଏବଂ ମୁଖ୍ୟ ରାସ୍ତା ହେଉଛି । ଲଣ୍ଡାଗାଁ ଓ ଖମନଖୋଲର ପଂଚାୟତର ଆଶ୍ରୟସ୍ଥଳି ହେଉଛି ବାଲିଗୁଡା । କାରଣ ମେଡିକାଲ ଠାରୁ ଆରମ୍ଭ କରି ବ୍ଲକ ଓ ଅନ୍ୟସବୁ ପାଇଁ ବାଲିଗୁଡା ହିଁ ଭରସା ଏହି ଦୁଇ ପଂଚାୟତବାସୀଙ୍କୁ । ସୁଚନା ଯୋଗ୍ୟ ଯେ ଏହି ରାସ୍ତାଟି ଏସଏଚ୪୧ରେ ଯାଉଛି । ଏହି ରାସ୍ତାଟି ବାଲଗୁଡା ପୁର୍ତ ବିଭାଗ ଏହି ରାସ୍ତା ଯାଉଛି ।

ଏହି ରାସ୍ତାକୁ ପୁର୍ତ ବିଭାଗ ବିବିକେଏସ ରୋଡ ବୋଲି ନାମିତ କରିଛି ଏବଂ ଏହି ୮କିମି ରାସ୍ତା ଖରାପ ଅଛି ସେହି ରାସ୍ତା ପ୍ରାୟ ଏକ ବର୍ଷରୁ ଉର୍ଦ୍ଧହେବ ପୁର୍ତ ବିଭାଗ ଦ୍ୱାରା ଟେଣ୍ଡର କରା୍ାଇ ଜଣେ ଗୋଟିଏ ଠିକା ସଂସ୍ଥା ଏହି କାମ କରିଆସୁଥିଲା ଏବଂ ରାସ୍ତା ତିଆରି କରିବା ପାଇଁ ରାସ୍ତା ରାସ୍ତାର ଉଭୟ ପାଶ୍ୱର୍ରୁ ଘଛ କଟାଯାଇଥିଲା ଏବଂ ରାସ୍ତାକୁ ଖୋାଳି ଦିଆଯାଇଛି ପ୍ରାୟ ଏକ ବର୍ଷହେବ । କିନ୍ତୁମାଓ ଭୟରେ ସଂପୃକ୍ତ ଠିକାଦାର କାମ କରିପାରିବି ନାହିଁ ବୋଲି ସଂପୃକ୍ତ ବିଭାଗକୁ ଜଣାଇ କାମ ଛାଡି ପଳାଇଛି ଓ ତାର ପର ଠାରୁ କାମ ବନ୍ଦ ହୋଇଛି । କାମ ବନ୍ଦ ହେବା ଦିନ ଠାରୁ ଏହି ଆଠ କିମି ରାସ୍ତା ଉପରେ କିଛି ବି କାର୍ଯ୍ୟ କରାଯାଇନାହିଁ । ବର୍ତମାନ ଏହି ୮ କମି ରାସ୍ତାରେ ପ୍ରାୟ ଛଅ କିମି ରାସ୍ତାସାରା ଗୁଡିି ଉଠି ରହିଛି ଏବଂ ବଳକା ରାସ୍ତା ମେଟାଲ ବାହାରି ରହିଛି । ଯାହାକି ଏହି ରାସ୍ତାରେ ଯଦୀ ନୁଆ ବାଇକ ଚାଳକ ଯିବ ତେବେ ପଡିଯିବାର ବହୁ ସମ୍ଭାବନା ଥିବା ବେଳେ ଏହି ରାସ୍ତାରେ ଥରେ ଗଲେ ଆଉ କେବେବି ଯିବାକୁ ମନବଳାଇବେ ନାହିଁ ଓ ଏହି ରାସ୍ତାରେ ସମସ୍ତ ଯାନ ଏପରିକି ଦୁଇ ଚକିଆ ଯାନ ଗଲେବି ସର୍ତକରେ ଯିବା ଆସିବା କରନ୍ତି ଓ ଚାରିଚକିଆ ଯାନ ଗଲେବି ସର୍ତକରେ ଯିବା ଆସିବା କରନ୍ତି ।

ଏହି ୮ କିମି ରାସ୍ତା ପୁରା ଘାଟି ହୋଇଥିବାରୁ ଓ ପୁରା ରାସ୍ତା ସାରା ଗୁଡି ଓ ମେଟାଲ ବାହାରିଥିବାରୁ ଅଂଚଳବାସୀ ସହ ଯାନବାହାନ ଚଳାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଣ୍ଡାଗାଁ ଓ ଖମନଖୋଲ ଦୁଇ ପଂଚାୟତର ଅଂଚଳବାସୀ ଏହି ରାସ୍ତାର ତିଆରି ପାଇଁ ବାରମ୍ବାର ପୁର୍ତ ବିଭାଗ ଓ ଅନ୍ୟ ବିଭାଗ ଅଧିକାରୀ ମାନଙ୍କୁ ଜଣାଇଛନ୍ତି ଓ କହିଛନ୍ତି ଏହିରାସ୍ତାର ମେଣ୍ଟେନେଓ କରା୍ାଉ କିମ୍ବା ରାସ୍ତାରେ ପିଚୁ ପକାଯାଉ କହିଲେ ବି ଖାଲି ପ୍ରତିଶୃତି ଛଡା ଅଉ କିଳି ନାହିଁ ଓ ଏକ ବର୍ଷରୁ ଉର୍ଦ୍ଦ ଦିନ ଧରି ଏହି ମୁଖ୍ୟ ରାସ୍ତା ମରଣାଯନ୍ତା ପାଲଟିଛି ଯାହା ଫଳେ ଆମେ ଦୁଇ ପଂଚାୟତର ହଜାହଜାର ବାସିନ୍ଦା ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛୁ ଓ କହିଛନ୍ତି ଏହି ରାସ୍ତାକୁ ଯଦୀ ଶୀଘ୍ର ତିଆରି କରାନଯାଉଛି ତେବେ ଆଗାମି ଦିନରେ ଆମେ ବାଲିଗୁଡାରେ ଧାରଣାରେ ବସିବୁ ବୋଲି କହିଛନ୍ତ ଦେବେନ୍ଦ୍ର କୁଦାଇ,ରାମସିଂ ପାତ୍ର,ରାଜୀବନାୟକ ଆଦି ଅଂଚଳବାସୀ । ଏହି ରାସ୍ତାକୁ ନେଇ ପୁର୍ତ ବିବାଗର ନିର୍ବାହୀଯନ୍ତ୍ରୀ ରଥାଙ୍ଗଧର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ରାସ୍ତା କରୁଥିବା ଠିକାଦାର କାମ ଛାଡିପଳେଛି ଓ ଖୁବଶୀଘ୍ର ଏହି ରାସ୍ତା କରିଯିବ ବୋଲି କହିଛନ୍ତି ।

Nalco
Leave A Reply