ରାୟଗଡା- ରାୟଗଡା ରେଳ ଷ୍ଟେସନ ନିକଟରେ ଥିବା ୨ ଚକିଆ ଏବଂ ୪ ଚକିଆ ପାର୍କିଂ ସ୍ଥାନରେ ଏକ ଭୋଜିର ଆୟୋଜନ ଚାଲିଥିବା ବେଳେ ରେଳବାଇ ସୁରକ୍ଷା ବାହିନୀ ପାର୍କିଂ ସ୍ଥଳେ ଧୂଆଁ ଦେଖି ଘଟଣାସ୍ଥଳକୁ ଯାଇ ଉପରିସ୍ଥ ଅଧିକାରୀଙ୍କୁ କରାଇଥିଲେ । ସେ ସୂଚନାକୁ ଆଧାର କରି ରେଳବାଇ ପୋଲିସ ଟିମ ପାର୍କିଂ ସ୍ଥାନରେ ଚଢଉ କରି ରନ୍ଧା ସାମଗ୍ରୀ ଜବତ କରିବା ସହ ଭୋଜିର ଆୟୋଜନ କରୁଥିବା ପାର୍କିଂ ସୁପରଭାଇଜର ପି.ବେଣୁ ଗୋପାଳଙ୍କ ସହ ୧୧ ଜଣଙ୍କୁ ଗିରଫ କରିଛି । ଦୈନନ୍ଦିନ ଶହ ଶହ ସଂଖ୍ୟକ ଯାନବାହନ ଯାତ୍ରୀ ମାନେ ପାର୍କିଂ ସ୍ଥାନରେ ପାର୍କିଂ କରିଥାନ୍ତି । ମୁଖ୍ୟତଃ ଏହି ଯାନବାହାନ ଗୁଡିକ ପେଟ୍ରୋଲ ଦ୍ୱାରା ଚାଳିତ ହୋଇଥାଏ । ଯାହା ଅତ୍ୟନ୍ତ ଜ୍ୱଳନଶୀଳ । ଯଦି ଭୋଜି ସମୟରେ କୌଣସି ଅଘଟଣ ଘଟି ଅଗ୍ନି ନିର୍ବିପାକ ହୁଏ ତେବେ ପାର୍କିଂ ସ୍ଥାନରେ ଥିବା ଯାନବାହନ ଗୁଡିକରେ ନିଆଁ ଲାଗି ବଡ ଅଘଟଣ ଘଟିପାରେ । ଆଗରୁ ମଧ୍ୟ ପାର୍କିଂ କର୍ମଚାରୀ ମାନେ ଏପରି ପାର୍କିଂ ସ୍ଥଳରେ ଏପରି ଭୋଜିର ଆୟୋଜନ କରୁଥିବା ସୂଚନା ରହିଥିବା ପୋଲିସ ପାଖରେ ସୂଚନା ଥିଲା । ଏପରି ଘଟଣା ପୋଡ଼ଶୀ ରାଜ୍ୟର ରାୟପୁର ରେଳ ଷ୍ଟ୍ରେସନରେ ଅଳ୍ପ କିଛି ମାସତଳେ ନିଆଁଲାଗି ବହୁ ଯାନବାହାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । କିନ୍ତୁ ରାୟଗଡ଼ା ରେଳ ଷ୍ଟ୍ରେସନରେ ସବୁଠାରୁ ବଡକଥା ହେଲେ ପାର୍କିଂ ସେଡର ଦୁର୍ଘଟଣା ବୀମା ନାହିଁ, ଲେବର ଲାଇସେନ୍ସ ନାହିଁ । ଅଗ୍ନି ନିରାପତା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଆନ୍ଧ୍ରପ୍ରଦେଶ ଜିଏସଟି ନମ୍ବର ବ୍ୟବହାର କରାଯାଉଛି କିନ୍ତୁ ଓଡିଶାର ଜିଏସଟିର ଅନୁମତି ନ ନେଇ ସେହି ନମ୍ବରକୁ ବ୍ୟବାହର କରାଯାଉନାହିଁ । ରେଳବାଇ ପୋଲିସ ଅଧିକାରୀ ଡି.ଏନ.ତ୍ରିଲକ ହଠାତ୍ ପାର୍କିଂ ସ୍ଥାନରେ ଚଢଉ କରି ସଂପୃକ୍ତ ଯୁବକ ମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ଏନେଇ ଯାତ୍ରୀ ମାନେ ନିଜ ଗାଡି ଏବଂ ନିଜକୁ ସୁରକ୍ଷିତ ମନେ କରି ରେଳ ସୁରକ୍ଷା ବଳର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି । ଏ ନେଇ ରେଳ ଷ୍ଟ୍ରେସନ ସି.ଆଇ ଭିନେଶ କୁମାର କହିଛନ୍ତି ଏପରି କାର୍ଯ୍ୟ କରିବା ଅପରାଧ ଅଟେ । ସେ ଠିକାଦାର ଗତ ତା- ୨୭.୦୯.୨୦୧୯ ଠାରୁ ଦାୟୀତ୍ୱ ନେଇଛି ଏହାର ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇ କାର୍ଯ୍ୟନୁଷ୍ଟାନ ନିଆଯିବ ବୋଲି କହିଛନ୍ତି ସି.ଆଇ ।
