କରଞ୍ଜିଆ : ୧୬/୨ କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ କେନ୍ଦୁମୁଣ୍ଡି ନିକଟ ଭାଲୁଘାଟି ଠାରେ ଆଜି ଅପରାହ୍ନ ପ୍ରାୟ ୧୧.୩୦ ମିନିଟ ସମୟରେ ଭୁବନେଶ୍ୱରରୁ ଆସୁଥିବା ପୂଜାରିଣୀ ନାମକ ବସ ର ଚକ ତଳେ ଚାପିହୋଇ ଜଣେ ଯୁବକର ମୃତ୍ୟୁ ହୋଇଯାଇଛି ।ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ବସଟି ପଳାଇଆସି କରଞ୍ଜିଆ ଥାନାରେ ପହଞ୍ଚିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱରରୁ ଠାକୁରମୁଣ୍ଡା ବାଟ ଦେଇ ପୂଜାରିଣୀ ବସ କରଞ୍ଜିଆକୁ ଆସୁଥିଲା ।ଭାଲୁଘାଟି ଠାରେ ଠାକୁରମୁଣ୍ଡା ବ୍ଲକର ଆଦେଲବେଡା ଗ୍ରାମର ଦୁଇଜଣ ଯୁବକ ଏକ ସ୍କୁଟି ଯୋଗେ ଉକ୍ତ ବସକୁ ଅତିକ୍ରମ କରୁଥିବା ବେଳେ ସମ୍ମୁଖ ଦିଗରୁ ଅଚାନକ ଏକ କାର ଆସିଯାଇଥିଲା । କାରକୁ ଦେଖି ସ୍କୁଟି ପଛରେ ବସିଥିବା ଚନ୍ଦନ ଓରଫ ଟୁରାମ ହୋ (୨୫) ସ୍କୁଟିରୁ ତଳକୁ ଡେଇଁ ପଡିଥଲା ।ଫଳରେ ନିଜର ଭାରସ୍ୟାମ ହରାଇ ଟୁରାମ ତଳେ ପଡିଯିବା କ୍ଷଣି ବସର ପଛଚକ ତାର ମୁଣ୍ଡରେ ଚଢି ଯାଇଥିଲା ।ଘଟଣା ସ୍ଥଳରେ ଟୁରାମର ମୃତ୍ୟୁ ହୋଇଯିବା ବେଳେ ବସଟି ଆସି ଥାନାରେ ପହଞ୍ଚିଥିଲା ।କ୍ଷତିପୂରଣ ଦାବି କରି ଆଦେଲାବେଡାର ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ ରାସ୍ତାରୋକ କରିଥିଲେ । ଖବରପାଇ ଆଇଆଇସି ସରୋଜିନୀ ସିଂ ସଦଳବଳେ ଘଟଣାସ୍ଥଳକୁ ଯାଇ ମୃତ ଟୁରାମର ଶବକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଛେଦ ପାଇଁ ପଠାଇ ଲୋକମାନଙ୍କୁ ବୁଝାସୁଝା କରିଥିଲେ ।ଅପରାହ୍ନ ପ୍ରାୟ ୩ ଟା ସମୟରେ ରାସ୍ତାରୋକ ହଟିବା ପରେ ଥାନାରେ ଏ ସଂକ୍ରାନ୍ତରେ ଏକ ମକଦ୍ଦମା ଋଜୁ କରି ଶବକୁ ବ୍ୟବଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।