Odisha news

କଡା ସୁରକ୍ଷା ମଧ୍ୟରେ ମେଟ୍ରିକ ପ୍ରଶ୍ନପତ୍ର

0

ରାୟଗଡା,୧୫ ।୨- ଚଳିତ ମାସ ୧୯ ତାରିଖ ଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ହେବାକୁ ଥିବା ମେଟ୍ରିକ ପରୀକ୍ଷା ନିମନ୍ତେ ଆଜି କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଆସି ପହଂଚିଛି । ରାୟଗଡା ଜିଲ୍ଲାରେ ଏଥି ନିମନ୍ତେ ୧୧ ଗୋଟି ନୋଡାଲ ସେଂଟର ଖୋଲାଯାଇଛି । ୧୧ ଗୋଟି ନେଡାଲ ସେଂଟରରେ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ର ରଖାଯାଇ ସେଂଟର ଆଖ ପାଖରେ ସିସି ଟିଭି କ୍ୟାମେରା ଲଗାଯାଇଛି । ରାୟଗଡା ଜିସିଡି ହାଇସ୍କୁଲ ଠାରେ ଏକ ନୋଡାଲ ସେଂଟର ଖୋଲା ଯାଇଛି । ରାୟଗଡା ନୋଡାଲ ସେଂଟରରୁ ଗୁମ୍ମା, ଶେଷଖାଲ, ଜିମିଡିପେଟା, ଉଗ୍ରତାରା ଏବଂ ଏଲପିଏସ ହାଇସ୍କୁଲକୁ ପ୍ରଶ୍ନପତ୍ର ପଠାଯିବ । ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ନିମନ୍ତେ ଜିଲ୍ଲାରେ ୪୮ ଗୋଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି । ସେଥି ମଧ୍ୟରୁ ୧୮ ଗୋଟି ପରୀକ୍ଷୀ କେନ୍ଦ୍ରରେ ସିସି ଟିଭି କ୍ୟାମରେ ଲଗାଯାଇଛି । ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ୧୦ ହଜାର ୪୯୨ ଜଣ ରେଗୁଲାର ପରୀକ୍ଷାର୍ଥି ଥିବା ବେଳେ ୭୧୪ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥି ଅଛନ୍ତି ।

Leave A Reply