ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ଠାରେ ଏସ୍. ଡି. ସି ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଗଜପତି ଜିଲ୍ଲା ଦଳ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିବସରେ ଜିଲ୍ଲାର ୭ ଗୋଟି ବ୍ଲକରୁ ପ୍ରାୟ ୩୫୦ରୁ ଉର୍ଦ୍ଧ ପୁରୁଷ ଖେଳାଳି ଏହି ଚୟନ ପ୍ରକ୍ରିୟାରେ ଯୋଗ ଦେଇଥିଲେ। ଏଥିରୁ ପ୍ରାୟ୬୦ ଜଣ ବଛାବଛି ପୁଟବଲ ଖେଳାଳିଙ୍କୁ ଚୟନ କର୍ତ୍ତାମାନେ ଚୟନ କରି ଅବଶିଷ୍ଟ ଖେଳାଳିଙ୍କୁ ବାଦ ଦେଇଛନ୍ତି। ଏହି ୬୦ ଜଣ ଖେଳାଳିଙ୍କ ମଧ୍ୟରୁ ୨୦ ଜଣିଆ ଦଳ ଚୟନ କରାଯାଇ ସେମାନଙ୍କୁ ଏହି ରାଜ୍ୟ ସ୍ତରୀୟ ପୁଟଵଲ ପ୍ରତିଯୋଗିତାର ଲିଗ୍ ମ୍ୟାଚ ଖେଳିବା ପାଇଁ ଫୁଲବାଣୀ ପଠାଯିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଜଣାଇଛନ୍ତି। ଏହି ପ୍ରତିଯୋଗିତା ଜନଜାତି ବର୍ଗର ପୁରୁଷ ଓ ମହିଳା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଜପତି ଜିଲ୍ଲାକୁ ସ୍ଥାନ ମିଳିଛି। ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜନଜାତି ମାନଙ୍କର କ୍ରୀଡ଼ାର ଉନ୍ନତିପାଇଁ ଏହି ପ୍ରତିଯୋଗିତା କରାଯାଇଥିବା ଜଣାପଡିଛି। ଆଜି ପ୍ରଥମ ଦିନ ଚୟନ ପ୍ରକ୍ରିୟାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଶୁଭ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନ ଚୟନ ପ୍ରକ୍ରିୟାରେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୋରର କୁମାର ବେହେରା, ସମସ୍ତ ବ୍ଳକର ବିଡିଓ, ସମସ୍ତ ପଦ ଅଧିକାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।