Odisha news

ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚ୍ : ବିଜୟ ଅଭିମୁଖେ ଟିମ ଇଣ୍ଡିଆ

0

ଧର୍ମଶାଳା: ବିଜୟ ଅଭିମୁଖେ ଟିମ ଇଣ୍ଡିଆ l ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ବାଧିତ ମ୍ୟାଚ୍‌କୁ ୨୫-୨୫ ଓଭର କରିଦିଆଯାଇଛି। ରହମାନୁଲ୍ଲା ଗୁରବାଜଙ୍କ ବିସ୍ଫୋରକ ଶତକ ବଳରେ ଆଫଗାନିସ୍ତାନ ୨୪.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୯୪ ରନ୍‌ ସଂଗ୍ରହ କରିଛି। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୫ ରନ୍‌ର ଲକ୍ଷ୍ୟ ମିଳିଛି।

ଆଫଗାନିସ୍ତାନ ପାଇଁ ଗୁରବାଜ ଏବଂ ଇବ୍ରାହିମ ଜର୍ଦାନ ବ୍ୟାଟିଂ କରିଥିଲେ। ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୨୬ ରନ୍‌ ବେଳକୁ ଆଗଧାଡ଼ିର ୩ଜଣ ଖେଳାଳିଙ୍କୁ ହରାଇଥିଲା। ସ୍କୋର ୧୩ ରନ୍‌ରେ ଇବ୍ରାହିମ, ୧୬ ରନ୍‌ରେ ସଦ୍ଦିକଲ୍ଲା ଅଟଳ ଏବଂ ୨୬ ରନ୍‌ରେ ରହମତ ଶାହ ଆଉଟ୍‌ ହୋଇଥିଲେ।

ତେବେ ଦଳ ପାଇଁ ଏକାକୀ ଲଢ଼ିଥିଲେ ଗୁରବାଜ। ସେ ୫୧ଟି ବଲ୍‌ ଖେଳି ୧୦୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୮ଟି ଚୌକା ଏବଂ ୮ଟି ଛକା ସାମିଲ ଥିଲା। ହସମତୁଲ୍ଲା ସାହିଦୀ ୨୭ ରନ୍‌ ଏବଂ ଆଜମୁତୁଲ୍ଲା ଓମାରଜଇ ୨୬ ରନ୍‌ ସଂଗ୍ରହ କରିଥିଲେ। ମହମ୍ମଦ ନବି ଏବଂ ରସିଦ ଖାନ ୯-୯ ରନ୍‌ ସଂଗ୍ରହ କରିଥିଲେ।

 

ଭାରତ ପକ୍ଷରୁ ପଦାର୍ପଣ କରିଥିବା ଗୁରନୁର ବ୍ରାର୍‌ ୩ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ହର୍ଷ ଦୁବେ ମଧ୍ୟ ୩ ୱିକେଟ୍‌ ନେଇଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ନିତିଶ କୁମାର ରେଡ୍ଡୀଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା।

IEC 2 years
Leave A Reply