Odisha news

ଶାସକ ଦଳର ଅଯୋଗ୍ୟ ହିତାଧୀକାରିମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର ରଚିଛନ୍ତି ବଡ ଷଡଯନ୍ତ୍ର:ବିଜେପି

0

 ପଂଚାୟତରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କୁ ଭେଟି ଦାବି ପତ୍ର ପ୍ରଦାନ କଲା ବିଜେପି
 ଅଭିଯୋଗ କରିବାର ସମୟସୀମା ୧ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ପ୍ରତି ପଂଚାୟତରେ ଅଭିଯୋଗ ବାକ୍ସ ରଖାଯାଉ
 ଅଭିଯୋଗ କରିବାର ପୁରା ପ୍ରକିୟାକୁ ଭିଡିଓଗ୍ରାଫି କରାଯିବା ସହିତ ଆବେଦନ କରୁଥିବା ଲୋକକୁ ଏକ “ପ୍ରାପ୍ତୀ ସ୍ୱୀକାର” ଦିଆଯାଉ
 ଫାଇନାଲ ତାଲିକା ପ୍ରକାଶ କରାଯିବା ନେଇ ରାଜ୍ୟ ସରକାର ଦ୍ୱନ୍ଦରେ ଅଛନ୍ତି
 କିଏ କାହିଁକି ନିଜକୁ ଅଯୋଗ୍ୟ ଘୋଷଣା କରି ଅଭିଯୋଗ ବାକ୍ସରେ ନିଜର ନାଁ ହିତାଧିକାରି ତାଲିକାରୁ କାଟିବା ପାଇଁ ଚାହିଁବ ?
ଭୁବନେଶ୍ୱର, ତା.୧୫/୦୨: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୧୦ଅକ୍ଟୋବରରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ୧୨ ଲକ୍ଷ ୭୫ ହଜାର ପକ୍କାଘର ହିତାଧିକାରିଙ୍କର ତାଲିକା ଥିଲା । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରି ଥିଲେ ଓ ଅନେକ ଯୋଗ୍ୟ ହିତାଧିକାରିଙ୍କୁ ଏହି ତାଲିକାରୁ ବଂଚିତ କରାଯାଇଥିଲା । ଏବେ ରାଜ୍ୟସରକାର ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ସୁରକ୍ଷା ଦେବାକୁଯାଇ ଫେବୃୟାରୀ ୧୦ ରୁ ୧୬ ତାରିଖ ଭିତରେ ସମସ୍ତ ପଂଚାୟତ କାର୍ଯ୍ୟାଳୟରେ ଆବାସ ଯୋଜନାର ହିତାଧିକାରି ତାଲିକା ମରାଯିବା ସହିତ ଏକ ଅଭିଯୋଗ ବାକ୍ସ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଯିଏ ନିଜକୁ ଅଯୋଗ୍ୟ ମନେକରିବ ବା ନିଜକୁ ଯୋଗ୍ୟ ଭାବିବ ସେମାନେ ଏଠାରେ ଆବେଦନ କରିପାରିବେ । କିନ୍ତୁ କିଏ କାହିଁକି ନିଜକୁ ଅଯୋଗ୍ୟ ଘୋଷଣା କରି ଅଭିଯୋଗ ବାକ୍ସରେ ନିଜର ନାଁ ହିତାଧିକାରି ତାଲିକାରୁ କାଟିବା ପାଇଁ ଚାହିଁବ ବୋଲି ପୂର୍ବତନ ସାଂସଦ ଶ୍ରୀ ବିଭୁ ତରାଇ ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୃକ୍ତ କରିବା ପାଇଁ ବିଜେପି ପକ୍ଷରୁ ଅନେକଥର ଦାବି କରାଯିବା ପରେ ବି ରାଜ୍ୟସରକାର ଚେତୁ ନାହାଁନ୍ତି । ଏବେ ରାଜ୍ୟସରକାର ତରବରିଆ ଭାବେ ଫେବୃୟାରୀ ୧୦ରୁ ଫେବୃୟାରୀ ୧୬ରୁ ଭିତରେ ଅଭିଯୋଗ କରିବା ପାଇଁ ତାରିଖ ଧାର୍ଯ୍ୟ ରଥିଥିବାବେଳେ ଏବେ ସୁଦ୍ଧା ଅନେକ ପଂଚାୟତରେ, ବ୍ଲକରେ ସର୍ବସାଧାରଣ ନୋଟିସ ଲାଗିନାହିଁ ବା ଅଭିଯୋଗ କରିବା ପାଇଁ ବାକ୍ସ ରଖାଯାଇ ନାହିଁ । ୧୫ ତାରିଖ ବିତିସାରିଥିବାବେଳେ ବିଡିଓଙ୍କ ପାଖରେ ବି କୌଣସି ସୂଚନା ନାହିଁ । ପୁଣି ସରକାର ସେହି ନୋଟିସରେ ଲେଖିଛନ୍ତି ଯେ, ୨୫ ଫେବୃୟାରୀ ୨୦୨୦ରେ ତାଲିକା ପ୍ରକାଶ କରିବେ ଓ ଏପ୍ରିଲ ୨୦୨୦ରେ ଫାଇନାଲ ତାଲିକା ଆସିବ । ତେବେ କେବେ ଫାଇନାଲ ତାଲିକା ପ୍ରକାଶ କରାଯିବ ସେ ନେଇ ରାଜ୍ୟ ସରକାର ନିଜେ ଦ୍ୱନ୍ଦରେ ଅଛନ୍ତି । ବଡ ଚାଲାକରେ କେବଳ ଶାସକ ଦଳର ଅଯୋଗ୍ୟ ହିତାଧୀକାରିମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି କରାଯାଇଛି ।
ରାଜ୍ୟ ସରକାର ଯୋଗ୍ୟ ଏବଂ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ପଂଚାୟତ ସ୍ତରରେ ଅଭିଯୋଗ କରିବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ତାର ସମୟସୀମା ୧ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ପ୍ରତି ପଂଚାୟତରେ ଅଭିଯୋଗ ବାକ୍ସ ରଖାଯାଉ । ଅଭିଯୋଗ କରିବାର ପୁରା ପ୍ରକିୟାକୁ ଭିଡିଓଗ୍ରାଫି କରାଯିବା ସହିତ ଆବେଦନ କରୁଥିବା ଲୋକକୁ ଏକ “ପ୍ରାପ୍ତୀ ସ୍ୱୀକାର” ଦିଆଯାଉ । ଅଭିଯୋଗ ଗ୍ରହଣ କରିବାର ପଦ୍ଧତିରେ ସ୍ୱଚ୍ଛତା ରଖାଯାଉ । ଯେଉଁଥିରେ କି ଆବେଦନକାରୀ ତାଙ୍କ ଆବେଦନ କରିବାର ପୁରା ପ୍ରକ୍ରିୟାର ଭିଡିଓ ଫୁଟେଜକୁ ନିଜେ ଚାହିଁଲେ ନିଜ ଖର୍ଚ୍ଚରେ ନେଇପାରିବେ ସେଥିପାଇଁ ରାଜ୍ୟସରକାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ତରାଇ ଦାବି କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି । ରାଜ୍ୟରେ ନିର୍ମାଣ ହୋଇଥିବା ୨୩ ଲକ୍ଷ ପକ୍କା ଘର ଭିତରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୯ ଲକ୍ଷ ଘର ନିର୍ମାଣ କରାଯାଇଛି । ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ବର୍ଷ ୨୦୧୭-୧୮ରେ ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟି ଏବଂ ୨୦୧୯-୨୦ ବର୍ଷରେ ୪୮୨୦ କୋଟି ଟଙ୍କାର ଅନୁଦାନ ଦେଇସାରିଛନ୍ତି । ମାତ୍ର ଗତ ତିନୋଟି ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୪ ହଜାର ୭୯୬ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଓଡିଶାକୁ ଦିଆଯାଇଛି । ଫନୀ ବାତ୍ୟା ସମୟରେ ମଧ୍ୟ କେନ୍ଦ୍ର ସରକାର ଭାଙ୍ଗିଥିବା ୩.୮୯ ଲକ୍ଷ ଘର ପାଇଁ ୩ ହଜାର ୩୩୮ କୋଟି ରିଲିଫ ସହାୟତା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ହେଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ବଦଳାଇ ମିଛ ବାହାବା ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ତରାଇ ଅଭିଯୋଗ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀ ପରେ ବିଜେପିର ଏକ ପ୍ରତିନିଧୀ ଦଳ ପଂଚାୟତରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହଙ୍କୁ ଭେଟି ଏ ସମ୍ବନ୍ଧରେ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply