Odisha news

ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସମ୍ବର୍ଦ୍ଧନା

0

ପଟ୍ଟାମୁଣ୍ଡାଇ ତା୧୫.୨- ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟାଲଘୁମାନଙ୍କ କଲ୍ୟାଣ ଓ ବିଭିନ୍ନ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ଟଙ୍କା ମଞୁର କରିଛନ୍ତି । ଏଥିରେ ଓଡିଶାରେ ଥିବା ସଂଖ୍ୟାଲଘୁମାନଙ୍କ ବିଭିନ୍ନ ଧର୍ମାନୁଷ୍ଠାନ ଓ ମସଜିଦ ଗୁଡିକର ବିକାଶ ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । କେନ୍ଦ୍ରାପଡା ମସଜିଦର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ଟଙ୍କା ମଞୁର କରିଛନ୍ତି । ଏଥି ପାଇଁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମୁନା ଖାଁ, ରାଜ୍ୟ ସାଧାରଣସଂପାଦିକା ତଥା କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ କାର୍ଯ୍ୟକାରୀ ସଭାପତି ରିଜୁୱାନା ବେଗମଙ୍କ ସମେତ ସଂଖ୍ୟାଲଘୁ ସେଲର ବହୁ କର୍ମକର୍ତା ସାମିଲ ହୋଇ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣ ବେହେରା ଓ ଅନ୍ୟାନ୍ୟ ବିଜେଡିନେତାମାନେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ସଂଖ୍ୟାଲଘୁ ସେଲର କର୍ମକର୍ତା, ସାଂସଦ , ବିଧାୟକ ଓ ବିଜେଡିନେତାମାନଙ୍କୁ ସଂଖ୍ୟାଲଘୁମାନଙ୍କ କଲ୍ୟାଣ ପାଇଁ ମଞୁର ହୋଇଥିବା ଅର୍ଥର ବିନିଯୋଗ କରି ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ପରାର୍ମଶ ଦେଇଥିଲେ ।

Leave A Reply