ବିପଦକୁ ଆମନ୍ତ୍ରଣ କରି ୧୩୨ କେଭି ବିଦୁ୍ୟତ ତଳେ ସ୍କୁଲ ୧୯ ବର୍ଷ ପରେ ଚେତା ପସିଲା ଜିଲ୍ଲା ପ୍ରସାନକୁ ଯୁଗ୍ମ ତଦନ୍ତକରି ସ୍କୁଲ ସ୍ଥାନାନ୍ତରଣ କରିବାକୁ ନିଦେ୍ର୍ଧଶ
ରାୟଗଡା,୧୫ ।୨- ରାୟଗଡା ସହରର ସାଇପ୍ରିୟା ନଗର ଠାରେ ବିପଦକୁ ଆମନ୍ତ୍ରଣ କରି ୧୩୨ କେଭି ବିଦୁ୍ୟତ ଲାଇନ ଉପରେ ଯାଇଥିବା ବେଳେ ତଳେ ଚାଲିଛି ଘରୋଇ ସ୍କୁଲ । ସମସ୍ତ ନିୟମ କାନୁନକୁ ନଜରଅନ୍ଦାଜ କରି ଏହି ବିଦ୍ୟାଳୟ ଗତ ୧୯ ବର୍ଷ ହେବ ଚାଲିଛି । ଫଳରେ ୨୭୧ ଜଣ ଛାତ୍ରଛାତ୍ରୀଙ୍କ ଉପରେ ସର୍ବଦା ବିପଦ ଝୁଲି ରହିଛି । ଆଜି ପ୍ରଶାସନର ଚେତା ପଶିଛି । ସ୍କୁଲକୁ ଯାଇ ଏହାର ଯୁଗ୍ମ ତଦନ୍ତ କରାଯାଇଛି । ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗ୍ରିଡକୋ ତଥା ଓପିଟିସିଏଲ ଏସଡିଓ ସନ୍ତୋଷ କୁମାର ତରାଇ , ସାଉଥକୋ ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ, ଜିଲ୍ଲା ଅଗ୍ନିଶମ ଅଧିକାରୀ କୌବନ୍ଦ୍ର ଶୁନାନି ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ସଚିଦାନନ୍ଦ ସତପଥୀ ଦୀର୍ଘ ସମୟ ତଦନ୍ତ କରିଥିଲେ । ଏହି ସ୍ଥାନରେ ସ୍କୁଲ କେବେ ମଧ୍ୟ ହେବାକଥା ନୁହଁ ବୋଲି ତଦନ୍ତକାରୀ ଅଧିକାରୀ ମାନେ କହିଛନ୍ତି । ଶିକ୍ଷା ବିଭାଗର ଚିଠି ନଂ-୬୬୧୧/ ତା-୧୩.୦୬.୨୦୧୮ରେ ପାଞ୍ଚ ବର୍ଷ ପାଇଁ ଏନଓସି ବ୍ୟତିତ ଏହି ସ୍କୁଲର ଅନ୍ୟ କୌଣସି ଅନୁମତି ନଥିବା ତଦନ୍ତ ବେଳେ ଜଣାପଡିଥିଲା । ପୌରପରିଷଦର ଟାଉନ ପ୍ଲାନ ଗତ ତା-୯.୧୧.୨୦୦୫ରେ ସ୍ୱଷ୍ଠରୁପେ ଚିତ୍ର ଅଙ୍କାଯାଇଛି ଯେ ବିଦୁ୍ୟତ ତାର ଠାରୁ ଦୂରତାରେ ନିମ୍ମାଣ କରାଯାଛି । ହାଇ ଟେନସନ ତାର ଓ ଟାବାର ୪୨ ବର୍ଷ ତଳେ ଟଣା ଯାଇଥିବା ବେଳେ ୧୯ ବର୍ଷ ତଳେ ସ୍କୁଲ ପ୍ରତିଷ୍ଠା ହୋଇଥିଲା । ତେବେ ହାଇ ଟେନସନ ତାର ଠାରୁ ତଳକୁ ୨୦ ଫୁଟ ସେଠାରୁ ୧୩ ମିଟର ଦୂରରେ କୌଣସି ନିର୍ମାଣ ହୋଇପାରିବା ନାହିଁ ବୋଲି ଗ୍ରିଡକୋ କର୍ତୃପକ୍ଷ ସୂଚନା ଦେବା ସହ ବିଦୁ୍ୟତ ଆଇନ ୬୩ ଅନୁଯାଇ ଏହା ସମ୍ପୁର୍ଣ୍ଣ ନିଷେଧ ଅଟେ । ତୁରନ୍ତ ଏହି ସ୍କୁଲକୁ ସ୍ଥାନାନ୍ତର ଓ ବର୍ତମାନ ଚାଲିଥିବା ସ୍ଥାନରେ ବନ୍ଦ କରିବା ପାଇଁ ପ୍ରଶାସନ ନିଦେ୍ର୍ଦଶ ଦେଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ବର୍ତମାନ ଶିକ୍ଷା ବର୍ଷ ପାଇଁ ସୁରକ୍ଷା ଓ ଆସନ୍ତା ବର୍ଷରୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ରାୟଗଡ଼ା ସହରର ମଧ୍ୟଭାଗ ତଥା ସମ୍ଭ୍ରାନ୍ତ ଅଂଚଳ ବୋଲାଯାଉଥିବା ସାଇପ୍ରିୟା ନଗରରେ ରହିଛି ଏନ.ଭି.ଆର ଏଜୁକେସନାଲ ଇନଷ୍ଟିଟୁ୍ୟସନ ନାମକ ସ୍କୁଲ । ଇଂରାଜୀ ମାଧ୍ୟମର ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୭୧ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ତେବେ କୁନି କୁନି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ସ୍କୁଲ ଭିତରେ ବିପଦ ଝୁଲି ରହିଛି । ସ୍କୁଲର ଉଭୟ ପାଶ୍ୱର୍ରେ ୧୩୨ କେଭି ବିଦୁ୍ୟତ ଟାବାର ରହିଛି । ଆଉ ସ୍କୁଲ ଉପରଦେଇ ଯାଇଛି ହାଇ ଟେନସନ ତାର । ପ୍ରତି ମୂହୁର୍ତରେ ଛାତ୍ରଛାତ୍ରୀଙ୍କ ଉପରେ ବିପଦ ରହିଥିବା ନଜରକୁ ଆସିଛି । ୨୦୦୧ ମସିହାରୁ ଏହିଭଳି ବିପଦପୂର୍ଣ ଅବସ୍ଥାରେ ସ୍କୁଲଟି ଚାଲିଛି । କୌଣସି ମୂହୁର୍ତରେ ମଧ୍ୟ କିଛି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ହୋଇପାରୁନାହିଁ । ଗୋଟିଏ ବିଦ୍ୟାଳୟ ଖୋଲିବା ପାଇଁ ଶିକ୍ଷା ଅଧିକାର ଆଇନ ଏବଂ ଶିଶୁ ଅଧିକାର ଆଇନ ପ୍ରତି ଦୃଷ୍ଟି ଦିଆଯାଇଥାଏ । ପ୍ରଥମତ ସୁରକ୍ଷା ପ୍ରତି ପ୍ରାଧାନ୍ୟତା ଦିଆଯାଇଥାଏ । କିନ୍ତୁ ଏହି ବିଦ୍ୟାଳୟ ନିର୍ମାଣ ପାଇଁ କିଭଳି ଅନୁମତି ମିଳିଲା । ଏବଂ କିଏ ଅନୁମୋଦ କରିଛି ତାହାକୁ ନେଇ ଲୋକେ ତର୍ଜମା କରୁଛନ୍ତି । ଯଦି କିଛି ଅଘଟଣ ଘଟିଲା ଏଥିପ୍ରତି କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରୁଛନ୍ତି । ଏ ବିଷୟରେ ସାଉଥକୋ ନିର୍ବାହୀଯନ୍ତ୍ରୀ ନାରାୟଣ ନାୟକ କହିଛନ୍ତି ଅତିପୂରୁଣା ଏହି ଟାବାର ଲାଇନ । ଖୋଲା ସ୍ଥାନରେ ଏହା ନିର୍ମାଣ କରାଯାଇଥିଲ । ପରେ ସମସ୍ତ ନୀତି ନିୟମକୁ ଅଣଦେଖା କରି ବିଦ୍ୟାଳୟ ନିର୍ମାଣ କରାଯଇଛି । ଯାହାକି ସମ୍ପୁର୍ଣ୍ଣ ରୂପେ ବେଆଇନ ବୋଲି କହିଛନ୍ତି । ଏନେଇ ଉପ ଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି ଆମେ ଯୁଗ୍ମ ତଦନ୍ତ କରିଛୁ ସମ୍ପୁର୍ଣ୍ଣ ୧୩୨ କେଭି ବିଦୁ୍ୟତ ଟାବାର ତଳେ ହୋଇଛି । ତେଣୁ ସୁରକ୍ଷା ଦୃଷ୍ଠିରୁ କାର୍ଯ୍ୟନୁଷ୍ଠାନ ନେବୁ ଯାହା ସ୍ଥାନାନ୍ତରଣ କରିବାକୁ ସ୍କୁଲ କତୃପକ୍ଷଙ୍କୁ ନିଦେ୍ର୍ଧଶ ଦେବା ସହ ଶିକ୍ଷା ବିଭାଗ ତରଫରୁ କେମିତି ଏନଓସି ସାର୍ଟିପିକେଟ ଦିଆଯାଇଛି ତାହା ତଜମା କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।