ରତ୍ନ ଶାସ୍ତ୍ର ଅନୁସାରେ କେଉଁ ବ୍ୟକ୍ତିମାନେ ମୋତି ପିନ୍ଧିବା ଆବଶ୍ୟକ ଓ ଜ୍ୟୋତିଷ ଶାସ୍ତ୍ରରେ କଣ ରହିଛି ମୋତିର ମହତ୍ତ୍ଵ
ଜ୍ୟୋତିଷ ଶାସ୍ତ୍ର ରେ ମୋତି କୁ ଚନ୍ଦ୍ରମା ର କାରକ ବୋଲି କୁହାଯାଏ । ରତ୍ନ ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଯେଉଁ ବ୍ୟକ୍ତି ମୋତୀ ଧାରଣ କରିଥାଏ ତାକୁ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ମୋତି ଜୀବନରେ ଉନ୍ନତି ରେ ସହାୟକ ହୋଇଥାଏ । ମୋତି ର ଗୁଣ ହେଲା ମନକୁ ଶାନ୍ତ ଓ ଶୀତଳ ରଖିଥାଏ । ଯଦି କୁଣ୍ଡଳୀ ଅନୁସାରେ ଆପଣ ମୋତି ଧାରଣ କଲେ ନାହିଁ ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ରାଶିର ସ୍ବାମୀ ଗ୍ରହ ବୁଧ, ଶୁକ୍ର, ଶନି ଓ ରାହୁ ଅଟନ୍ତି ସେମାନଙ୍କୁ କଦାପି ମୋତି ଧାରଣ କରିବା ଉଚିତ୍ ନୁହେଁ । ମୋତି ସେହି ବ୍ୟକ୍ତିଙ୍କର କ୍ଷତି କରିପାରେ ।
* ଶାସ୍ତ୍ର ଅନୁସାରେ ବୃଷ, ମିଥୁନ, କନ୍ୟା , ମକର, ଓ କୁମ୍ଭ ଲଗ୍ନ ର ବ୍ୟକ୍ତି ଙ୍କୁ କଦାପି ମୋତି ଧାରଣ କରିବା ଉଚିତ୍ ନୁହେଁ । ଯଦି ଏପରି ବ୍ୟକ୍ତି ମୋତି ଧାରଣ କରି ଥାଆନ୍ତି ତେବେ ତାଙ୍କ ଜୀବନରେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ ।
* ମୋତି କୁ ସର୍ବଦା ହଳଦିଆ ପୋଖରଜ୍ କିମ୍ବା ମୂଙ୍ଗା ସହିତ ପିନ୍ଧିଲେ ଫଳ ପ୍ରଡ ହୋଇଥାଏ ।
* ମୋତି କୁ ଯଦି ପ୍ରତି ସୋମବାର ଦିନ ଦୁଗ୍ଧରେ ଧୋଇ ଧାରଣ କରିବେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ। ଏବଂ ଏହାକୁ ଆପଣ ରୂପା ସହିତ ତିଆରି କରି ଧାରଣ କରି ପାରିବେ ।