ବର୍ତମାନ କରୋନା ଓ ଓମୀକ୍ରାନ ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେହିଭଳି ନୂଆ ନୂଆ ଲକ୍ଷଣ ବୈଜ୍ଞାନିକ ମାନଙ୍କ ଦ୍ୱାରା ଆବିଷ୍କାର ହେଉଛି l ବର୍ତମାନ ପର୍ଯ୍ୟନ୍ତ ଓମୀକ୍ରାନ ର ଯେଉଁ ୨୦ଟି ଲକ୍ଷଣ ସାମ୍ନା କୁ ଆସିଛି ସେଥିରୁ ବିଶେଷ ଭାବରେ ନୂଆ ଓମୀକ୍ରାନ ଭାଇରସ ଆପଣଙ୍କ ମସ୍ତିଷ୍କ, ଆଖି ଓ ହୃତ୍ପିଣ୍ଡ କୁ ଆକ୍ରମଣ କରୁଛି l ବ୍ରିଟେନ ରୁ ମିଳିଥିବା ଗୋଟିଏ ତଥ୍ୟ ଆଧାରରେ କୁହା ଯାଇଛି ଯେ କରୋନା ର ନୂଆ ଭାରୀଏଣ୍ଟ ଓମୀକ୍ରାନ କାନକୁ ଆକ୍ରମଣ କରୁଛି l କରୋନା ର ଏହି ଲକ୍ଷଣ ଅଧିକ ଟୀକା ନେଇଥିବା ଲୋକଙ୍କ ନିକଟରେ ଦେଖା ଯାଉଛି l
– ଯେପରିକି କାନରେ ଯନ୍ତ୍ରଣା
– କାନକୁ ଠିକ ଭାବରେ ନ ଶୁଭିବା
– କାଁ ଭିତରୁ କିଛି ନା କିଛି ଶବ୍ଦ ଆସିବା l
ଏହାକୁ ନେଇ ଗବେଷକ ମାନେ ବିଶେଷ ଚେତାବନୀ ଦେଇଛନ୍ତି –
* ଯେବେବି ଏଭଳି ସମସ୍ୟା ଦେଖା ଯାଉଛି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଡାକ୍ତରଙ୍କ ମତ ଅନୁସାରେ ଏହା ଚିକିତ୍ସା ଦ୍ୱାରା ହିଁ ଠିକ ହୋଇ ଯାଉଛି l କାରଣ କାନ ର ଲକ୍ଷଣ ଦ୍ୱାରା କରୋନା ସଂକ୍ରମିତ ହୋଇ ଥିବାର ଜଣା ପଡିଛି l
* କାନରୁ ଶବ୍ଦ ହେବା କାରଣରୁ କରୋନା ଲକ୍ଷଣ ଉପୁଜୁ ଥିବା ଦେଖା ଯାଉଛି l ଏହାକୁ ଆଖି ଆଗରେ ରଖି ଗବେଷକ ମାନେ କହିଛନ୍ତି ଏହି ସଂକ୍ରମଣ ସମୟରେ ଯେବେବି ବାହାରକୁ ବାହାରୁ ଛନ୍ତି କାନରେ ମାଫୁଲର ଟିଏ ବାନ୍ଧି ଯାଆନ୍ତୁ l
* ଯଦି ଆପଣଙ୍କ କାନକୁ ନଶୁଭି ମୁଣ୍ଡ ବୁଲାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଏହା ଓମୀକ୍ରାନର ଲକ୍ଷଣ ହୋଇଥାଏ l ତେଣୁ ତୁରନ୍ତ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ l
* କାନର କୌଣସି ସଂକ୍ରମଣ ବ୍ୟତୀତ ଓମୀକ୍ରାନ ସମୟରେ ନିଜକୁ ଘରୋଇ ଚିକିତ୍ସା ରେ ମଧ୍ୟ ରଖିବା ଉଚିତ , ଯେପରିକି କାଢା , ଉଷୁମ ପାଣି ଇନହେଲିଙ୍ଗ କରିବା , ନିୟମିତ ଉଷୁମ ପାଣି ଓ ମହୁ ପିଇବା ଇତ୍ୟାଦି l