Odisha news

ଅର୍କକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ରଥଯାତ୍ରା, ସନ୍ଧ୍ୟା ସମୟରେ ଗୁଣ୍ଡିଚା ମନ୍ଦିରରେ ଲାଗିଲା ରଥ।

0
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ତଥା ଅର୍କକ୍ଷେତ୍ର ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାର୍ମିକ ରୀତିନୀତି ଅନୁଯାୟୀ ଶ୍ରୀଜିଉମାନଙ୍କ ଦ୍ବାରା ଫିଟା ନୀତି, ମଂଗଳ ଆଳତୀ, ମଇଲମ ନୀତି, ଦ୍ବାରାପାଳ ପୂଜା ନୀତି, ଭୋଗ ଲାଗି, ହୋମଯଜ୍ଞ ଆଦି କାର୍ଯ୍ୟ ମାନ ସମ୍ପନ୍ନ ଧାର୍ମିକ ରୀତିନୀତି ଅନୁଯାୟୀ ସଂପନ୍ନ କରାଯାଇଥିଲା। ପରେ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇଥିଲା ।ଏହାପରେ ରଥରେ ଚାରମାଳ ଓ ଘୋଡା ବନ୍ଧା ଯିବା ପରେ ରଥରେ ସାରଥୀ ମାନଙ୍କୁ ରଥାରୁଢ଼ କରାଯାଇଥିଲା। କୋଣାର୍କ ଠାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥରେ ଆଦ୍ୟ ସେବକ ମହାରାଜ ଗୋପାଳ ଚନ୍ଦ୍ର ଛେରାପହଁରା ନୀତି ସଂପାଦନ କରିଥିଲେ। ପରେ ପରେ ଅପରାହ୍ନ ୫ଟା ୨୦ ମିନିଟ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ରଥଯାତ୍ରାରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ୧୦ହଜାରରୁ ଉର୍ଦ୍ଧ୍ବ ଜଗନ୍ନାଥ ପ୍ରେମୀଙ୍କ ସମାଗମ ହୋଇଥିଲା। ଏହି ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। କୋଣାର୍କ ଥାନା ଅଧିକାରୀ  ପଞ୍ଚାନନ ପରିଡାଙ୍କ ନେତୃତ୍ବରେ କୋଣାର୍କ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ରାତ୍ର ୭ଟା ସମୟରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ରାଉଳପାଟଣା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚି ଥିଲା। କୋଣାର୍କ ଠାରେ ଅନୁଷ୍ଠିତ ରଥଯାତ୍ରା ଅବସରରେ ସ୍ଥାନୀୟ ଅଂଚଳର ଓ୍ବାଟକୋ, ଟାଟା ପାୱାର, କୋଣାର୍କ ସ୍ବାସ୍ଥ୍ୟ କେନ୍ଦ୍ର, ତହସିଲ ପ୍ରଶାସନ, ପୂର୍ତ୍ତବିଭାଗ, ଅଗ୍ନିସମ ବିଭାଗ, କୋଣାର୍କ ଏନଏସି ସମେତ ବିଭିନ୍ନ ବିଭାଗ ପକ୍ଷରୁ ନିରବଛିନ୍ନ ସେବା ଯୋଗାଇ ଦିଆଯାଇଥିଲା। କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମୁଖ୍ୟ ଟ୍ରଷ୍ଟି ଇଂ ଅମରେଶ୍ବର ନାୟକ, ଟ୍ରଷ୍ଟ ବୋର୍ଡର ସଦସ୍ୟ ଓ ଟ୍ରଷ୍ଟ ବୋର୍ଡର ପରିଚାଳକ ନିରଜଂନ ବାରିକ ଓ ସେବାୟତ ମାନେ ରଥଯାତ୍ରା କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।
Leave A Reply