Odisha news

୧୧ କିମିର ଦୀର୍ଘ ପଥ ଅତିକ୍ରମ କରି ଛତିଆ ରଥ ପହଞ୍ଚିଲା ବଡଘୁମୁରୀ ମାଉସୀ ମା’ଙ୍କ ଘରେ

0
ଚଣ୍ଡିଖୋଲ  : ଦୁନିଆର ସର୍ବାଧିକ ଓ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଯାଜପୁର ଜିଲ୍ଲାର ବୈରୀ ଥାନା ଅନ୍ତର୍ଗତ ଛତିଆର ପ୍ରଶିଦ୍ଧ ମହାପ୍ରଭୁଙ୍କ ରଥ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ବଡଘୁମୁରୀ ସ୍ଥିତ ମାଉସୀ ମା’ଙ୍କ ଘରେ ସନ୍ଧ୍ୟାରେ ପହଞ୍ଚି ଯାଇଥିଲା! ସମସ୍ତ ବର୍ଷ ରଥ ମାଉସୀ ମାଙ୍କ ଘରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ! କିନ୍ତୁ ଚଳିତ ବର୍ଷ ଏହା ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚି ଥିବାରୁ ଶ୍ରଦ୍ଧାଳୁ ମାନେ ରଥରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବାକୁ ବହୁ ସମୟ ପାଇଥିଲେ! ଏହି ରଥ ଛତିଆ ସ୍ଥିତ ମନ୍ଦିରରୁ ବାହାରିବା ପରେ ୧୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ୧୧ କିମି ପଥ ଅତିକ୍ରମ କରିଥିଲା! ଶ୍ରଦ୍ଧାଳୁ ଓ ପୋଲିସ ବାହିନୀ ମିଳିତ ଭାବେ ରଥକୁ ଟାତି ନେଇଥିଲେ! ରଥଯାତ୍ରା ପାଇଁ ଜାତୀୟ ରାଜପଥର ଗୋଟିଏ ପଟକୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇ ରଥଟଣା ସମ୍ପର୍ଣ୍ଣ କରାଯାଇଥିଲା!
ସକାଳୁ ପ୍ରଥମେ ମନ୍ଦିର ଭିତରେ ନିତିକାନ୍ତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ! ମନ୍ଦିର ଟ୍ରଷ୍ଟି ଉପେନ୍ଦ୍ର ଓଝା ଛେରା ପହଁରା କରିଥିଲେ ! ସକାଳ ସାଢେ ୧୦ଟା ଠାରୁ ଜାତୀୟ ରାଜପଥରେ ତିନି ରଥ ଟଣା କାର୍ଯକ୍ରମ ଆରମ୍ଭ ହୋଇଥିଲା! ଛତିଆର ଏହି ରଥଦାଣ୍ଡ ଏସିଆ ମହାଦେଶର ସବୁଠାରୁ ଦୀର୍ଘତମ ରଥଦାଣ୍ଡ ଭାବେ ପ୍ରଶିଦ୍ଧ! ପ୍ରଖର ରୌଦ୍ରତାପକୁ ଖାତିର ନକରି ଭକ୍ତମାନେ ତିନିରଥକୁ ୧୧ କିଲୋ ମିଟର ଧରି ଟାଣିନେବା ଦୃଶ୍ୟ ସମସ୍ତଙ୍କୁ ଅଭିଭୁତ କରିଥିଲା! ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା! ଦର୍ପଣ ତହସିଲଦାର ମାନସକୁମାର ତ୍ରିପାଠୀ. ବୈରୀ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋଙ୍କ ସହ ବହୁ ସରକାରୀ ଅଧିକାରୀ ମାନେ ରଥଟଣା ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ! ଶାନ୍ତି ସୃଙ୍ଖଳା ର ପକ୍ଷା ପାଇଁ ଏଠାରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା!
ସେହିପରି ଚଣ୍ଡିଖୋଲ ବଜାରରେ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଟିତ ହୋଇଥିଲା! ଏଠାରେ ନୂଆସୁଙ୍ଗୁଡା ସ୍ଥିତ ମନ୍ଦିରରୁ ଚଣ୍ଡିଖୋଲ ବଜାର ପର୍ଯ୍ୟନ୍ତ ରଥ ଟଣା ଯାଇଥିଲା! ଏଥିସହ ଯାଜପୁର ଜିଲ୍ଲାର ପ୍ରଶିଦ୍ଧ ଗଡଜାତ ମଧୁପୁରଗଡରେ ରଥଯାତ୍ରା ଅନୁଷ୍ଟିତ ହୋଇଥିଲା! ଏଠାରେ ମଧୁପୁର ରାଣୀ ଅପର୍ଣ୍ଣା ଧୀରସିହ ଭରଦ୍ୱାଜ ଛେରାପହଁରା କରିଥିଲେ!ତେବେ ଏଠାରେ ଚଳିତ ବର୍ଷ ବହୁ ବିଳମ୍ବରେ ଅର୍ଥାତ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ରଥଟଣା ଆରମ୍ଭ ହୋଇ ମାଉସୀଙ୍କ ଘରେ ରଥ ରାତି ପ୍ରାୟ ସାଢେ ଆଠଟା ପରେ ପହଞ୍ଚିଥିଲା! ଏଠାରେ ଗୋଟିଏ ରଥରେ ତିନି ଠାକୁରଙ୍କୁ ବିଜେ କରାଯାଇ ଥିଲା ଓ ୪୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ରଥ ଟାଣିଥିଲେ! ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ପୋଲିସ ବାହିନୀ ଏଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ!

Leave A Reply