Odisha news

ବୈଶିଙ୍ଗାରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ

0

ବେତନଟୀ : ଚଳିତ ବର୍ଷ ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ସ୍ଥାନରେ ବହୁ ଧୁମଧାମରେ ରଥ ଯାତ୍ରା ପାଳିତ ହୋଇଯାଇଛି । ନଳିନୀ କ୍ଷେତ୍ର ଭାବେ ପରିଚିତ କେନ୍ଦୁଆ ପଞ୍ଚାୟତର ବୈଶିଙ୍ଗା ନିକଟସ୍ଥ ପଦ୍ମପୁର ଠାରେ ନିକଟରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତୀ ଆଜି ଅପରାହରେ ପହଣ୍ଡି କରାଯାଇ ନବନିର୍ମିତ୍ତ ରଥ ଉପରକୁ ଅଣାଯାଇଥିଲା। ଏହା ପରେ ବୈଶିଙ୍ଗା ବଜାର ପରିକ୍ରମା କରାଯାଇ ମାଉସୀ ମା ମନ୍ଦିରକୁ ନିଆଯାଇଥିଲା। ଅନୁରୂପ ଭାବେ ବୈଶିଙ୍ଗା ପଞ୍ଚାୟତ ଅଧୀନ ମହୁରୀ ଗ୍ରାମରେ ଥିବା ଜଗନ୍ନାଥ  ମନ୍ଦିରରେ ପ୍ରତିଷ୍ଠା ପାଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ରଥାରୂଢ କରାଯାଇ ବୈଶିଙ୍ଗା ବଜାର ପରିକ୍ରମା ପରେ ମହୁରୀ ଛକ ନିକଟରେ ଥିବା ମାଉସୀ ମା ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା। ବାହୁଡା ପର୍ଯ୍ୟନ୍ତ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯିବା ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ।

Govt
Leave A Reply