ପବିତ୍ର ଘୋଷଯାତ୍ରା ପାଇଁ ରଣପୁର ବଡ଼ଦାଣ୍ଡ ଚଳଚଞ୍ଚଳ : ମହାପ୍ରଭୁଙ୍କ ଆପେକ୍ଷରେ ତିନି ରଥ ଆଜି ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ
ରଣପୁର…… 19/06/2023-ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଘୋଷଯାତ୍ରା ପାଇଁ ସମସ୍ତ ନିତି କାନ୍ତି ଚୂଡାନ୍ତ ହୋଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସମସ୍ତ କାର୍ଯ୍ୟକର୍ମ ସୁଚାରୁ ରୂପେ ସମ୍ପାଦିତ ହେଉଛି ଘୋଷଯାତ୍ରା ପାଇଁ ରଣପୁର ବଡ଼ଦଣ୍ଡା ରେ ସୁସଂଜିତ ହୋଇ ମହାପ୍ରଭୁ ଅପେକ୍ଷା ରେ ତିନି ରଥ ଦଣ୍ଡାୟମାନ ରହିଛି… ଶ୍ରୀମନ୍ଦିର ପ୍ରଶାସନ ର ତରଫରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଭୋରତିନି ଘଂଟିକା ସମୟରେ ତାଟି ଫିଟା କରାଯାଇ ସମସ୍ତ ନିତି କରାଯିବା ସହିତ ସକାଳ 9ଘଂଟିକା ଠାରୁ ମହାପ୍ରଭୁ ଙ୍କ ନବଯୌବନ ବେଶ ରେ ଦିନତମାମ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ ଏବଂ ଏଗାର ଘଂଟିକା ରେ ନେତବନ୍ଧା ଯିବା ସହିତ ଆଜି ମଙ୍ଗଳବାର ପବିତ୍ର ଘୋଷଯାତ୍ରା ନିମନ୍ତେ ଚୁଡାନ୍ତ ହୋଇଥିବା ନିତି ଅନୁସାରେ ସକାଳ 5ଘଂଟିକା ସମୟରେ ଅବକାଶବଲ୍ଲଭ ସକାଳ ଅଠା ଘଂଟିକା ରେ ରଥପ୍ରତିଷ୍ଠା ସକାଳ 9ଟା ରେ ସକାଳ ଧୂପ କରାଯାଇ ସକାଳ ଦଶଟା ସମୟରେ ମଙ୍ଗଳାଅର୍ପଣ କରାଯାଇ 11ଘଂଟିକା ସମୟରେ ପହଣ୍ଡି ଆରମ୍ଭ କରାଯିବା ସହ 12ଘଂଟିକା ସମୟରେ ଛେରାପହଁରା କରାଯାଇ ଦିନ ଏକଘଂଟିକା ସମୟରେ ରଥଟଣା ଆରମ୍ଭ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନାମିଳିଛି ସେହିଭଳି ଯାତ୍ରା ରେ ଲକ୍ଷଧିକ ଭକ୍ତ ସମାଗମ କୁ ଦୃଷ୍ଟି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବିଭାଗ କୁ ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ଥିବା ବେଳେ ଆଇନିଶୃଙ୍ଖଳା ନେଇ ବ୍ୟାପକ ପୋଲିସ ମୂର୍ତୟନ ହେବା ନେଇ ସୂଚନା ମିଳିଛି.. ତେବେ ରଣପୁର ରେ ଜଗନ୍ନାଥ ମନ୍ଦିର 1363ଖୀଷ୍ଟାଦ୍ଧ ରେ ପ୍ରତିଷ୍ଠା ହୋଇଥିବା ବେଳେ 1754ଖୀଷ୍ଟାଦ୍ଧ ରୁ ରଥଯାତ୍ରା ପାଳିତ ହୋଇଆସୁଅଛି ଏବଂ ଜଗନ୍ନାଥ ଙ୍କ ଷୋହଳ କଳା ରୁ ଏକ କଳା ରଣପୁର ଥିବା ସହିତ ପୁରୀ ଜଗନ୍ନାଥ ମନ୍ଦିର ସହିତ ରଣପୁର ଜଗନ୍ନାଥ ଙ୍କ ବହୁ ଇତିହାସ ଜଡିତ ଅଛି
