Odisha news

ଫୁଲ।ତୋଳିବା ବେଳେ କୂଅରେ ଖସିପଡି ବୃଦ୍ଧାଙ୍କ ମୃତ୍ୟୁ

0
ଚଣ୍ଡିଖୋଲ,୧୯/୦୬ :  ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତର ଭୁବନପୁର ଗ୍ରାମରେ ସୋମବାର ପ୍ରତ୍ୟୁଷରୁ ଫୁଲ ତୋଳୁଥିବା ବେଳେ ପାଖ କୂଅରେ ଖସିପଡି ଜଭେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି! ମୃତ ବୃଦ୍ଧାଙ୍କ ନାମ ଶିଶିରା ବିଶ୍ୱାଳ ଓ ତାଙ୍କ ବୟଷ ପ୍ରାୟ ୭୩ ବର୍ଷ ହେବ! ସେ ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳଙ୍କ ସ୍ତ୍ରୀ ବୋଲି ଜଣା ପଡିଛି! ସୂଚନା ଅନୁଯାୟୀ ଶିଶିରା ପ୍ରତ୍ୟେକ ଦିନପରି ସୋମବାର ଦିନ ଭୋରୁ ଉଠି ନିଜ ଅଗଣାରେ ଥିବା ଫୁଲ ଗଛରୁ ଫୁଲ ତୋଳୁଥିଲେ! ଫୁଲ ତୋଳିବା ସମୟରେ ଅସାବଧାନତା ଯୋଗୁଁ ପାଖରେଥିବା ଏକ ଖୋଲା କୂଅଭିତରେ ଖସି ପଡିଥିଲେ! ପରିବାର ଲୋକେ ଖୋଜାଖୋଯି କରିବା ପରେ ସନ୍ଦେହ ହେବାରୁ ଚଡେଇଧରା ଦମକଳ ବାହିନୀକୁ ଡକାଇ କୂଅ ଭିତରେ ତଲାସି କରିବା ପରେ ଶିଶିରାଙ୍କୁ ଉଦ୍ଧାରକରିଥିଲେ! ପରେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା! ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ! ଜେନାପୁର ଥାନାରେ ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ପଞ୍ଜିକରଣ କରିବା ସହ ମୃତଦେହକୁ ବଡଚଣା ଡାକ୍ତର ଖାନାରେ ବ୍ୟବଛେଦ କରିବା ପରେ ତାଙ୍କ ପରିବାକୁ ହସ୍ତାନ୍ତର କରିଥିଲେ! ଶିଶିରାଙ୍କ ଏପରି ଆକସ୍ମିକ ମୃତ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି!
Nalco
Leave A Reply