Odisha news

ଆଜିର ରାଶିଫଳ

0

ମେଷ: ବ୍ୟବସାୟରେ ସାହସର ସହ କାମ କରନ୍ତୁ, ସଫଳ ହେବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।‌

ବୃଷ: ଅଫିସରେ ମନୋଯୋଗରେ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ନିଜର ନାରାଜ ସାଥୀଙ୍କୁ ମନାଇବାରେ ସଫଳ ହେବେ।‌

ମିଥୁନ: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ।

କର୍କଟ: ଉନ୍ନତିରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଦୂର ସ୍ଥାନକୁ ଯାଇପାରନ୍ତି। ଲୋକେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା କରିବେ।

ସିଂହ: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସିନେମା ଦେଖିବେ।

କନ୍ୟା: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ତୁଳା: ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ବିଛା: କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁଙ୍କ ସାହାଯ୍ୟ ପାଇବେ। ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ଧନୁ: ଯେଉଁ କାମ କରିବା ପାଇଁ ଚିନ୍ତା କରିଛନ୍ତି ତାକୁ ପରିଶ୍ରମ ଓ ଏକାଗ୍ରତା ବଳରେ ସଂପୂର୍ଣ୍ଣ କରିଦେବେ। ବେପାରରେ ବକେୟା ଅର୍ଥ ପାଇବେ। ସୁନା ଗହଣା କିଣିବା ଲାଗି ଭାବିବେ।

ମକର: ନୂଆ କାମ ଆରମ୍ଭ କରନ୍ତୁ; ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ନିଜର ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ।

 

କୁମ୍ଭ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ଧ୍ୟାନ ଦିଅନ୍ତୁ। ଚାକିରିଆଙ୍କ ଲାଗି ଦିନଟି ଭଲ। ସନ୍ଧ୍ୟା ସୁଦ୍ଧା ପଦୋନ୍ନତିର ସୂଚନା ପାଇବେ।

ମୀନ: ଅନ୍‌ଲାଇନ୍‌ରେ ଉପାର୍ଜନର ସୁଯୋଗ ପାଇବେ। ରାଜନୀତିରେ ସଫଳତା ପାଇବେ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ।

Leave A Reply